Advertisment

ଧାରା ୩୭୦: ୧୬ଦିନର ଶୁଣାଣି ପରେ ରାୟ ସଂରକ୍ଷିତ

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ସୂର୍ଯ୍ୟ କାନ୍ତ।

article 370

article 370

Advertisment

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆବେଦନଗୁଡ଼ିକ ଉପରେ ସର୍ବୋଚ୍ଚ ଅଦାଲତ ୧୬ ଦିନ ଧରି ମାରାଥନ ଶୁଣାଣି କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ଅଗଷ୍ଟ ମାସରୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରୁଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ସଞ୍ଜୟ କିଶନ କୌଲ, ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ସୂର୍ଯ୍ୟ କାନ୍ତ।

କେନ୍ଦ୍ର ସରକାର ୨୦୧୯ ମସିହା ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହ ଏହାକୁ ଦୁଇ ଭାଗ କରି ଦେଇଥିଲେ। ଏବେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛନ୍ତି। ତେବେ କେନ୍ଦ୍ରର ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା।

Advertisment

ଚଳିତ ବର୍ଷ ଅଗଷ୍ଟରୁ ଏଗୁଡ଼ିକର ଶୁଣାଣି ଆରମ୍ଭ ହୋଇଛି। ଆବେଦନକାରୀ କହିଛନ୍ତି ଯେ କେନ୍ଦ୍ର ସରକାର ନିଜର ଫାଇଦା ପାଇଁ ସବୁ କିଛି କରିଛନ୍ତି। ସରକାର ଦେଶର ଆଇନକୁ ଆଦୌ ପାଳନ କରି ନାହାନ୍ତି। ଆବେଦନକାରୀ ରିଫାତ ଅର ବୁଟ୍ଟଙ୍କ ଓକିଲ ଦୁଷ୍ୟନ୍ତ ଡାଭେ କହିଥିଲେ ଯେ “ଧାରା ୩୭୦ର ଉଚ୍ଛେଦ କ୍ଷମତା ଅପବ୍ୟବହାରର ଜ୍ୱଳନ୍ତ ଉଦାହରଣ।”

ଏନସି ସାଂସଦ ମହମ୍ମଦ ଅକବର ଲୋନଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି, ରାଜନୀତିକ ଫାଇଦା ପାଇଁ ସମ୍ବିଧାନରେ ହେରଫେର କରାଯାଇ ପାରିବ ନାହିଁ। ଧାରା ୩୭୦ ଉଚ୍ଛେଦ ବେଳେ ସମ୍ବିଧାନ ସହ ଧୋକା କରାଯାଇଛି। 

ତେବେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ ସପକ୍ଷରେ ଯୁକ୍ତି ରଖିଛନ୍ତି ଓ ସମ୍ବିଧାନ ସହ କୌଣସି ପ୍ରକାରର ହେରଫେର କରାଯାଇ ନଥିବା କହିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଗୋଟିଏ ଅସ୍ଥାୟୀ ପଦକ୍ଷେପ। ଭବିଷ୍ୟତରେ ଉପତ୍ୟକାକୁ ରାଜ୍ୟ ମାନ୍ୟତା ମିଳିପାରେ। କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ।

୧୬ ଦିନ ଧରି ଆବେଦନକାରୀ ଓ ସରକାରଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

Jammu Kashmir Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe