Advertisment

ସେନା ବନାମ ସେନା: ମହାରାଷ୍ଟ୍ର ବାଚସ୍ପତିଙ୍କୁ ସପ୍ତାହେ ସମୟ ଦେଲେ ସୁପ୍ରିମକୋର୍ଟ

ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ୪ ମାସ ହେଲା ଦାବି ହେଉଛି। ତଥାପି ବାଚସ୍ପତି ରାହୁଲ ଚୁପ ରହିଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।

 Supreme Court

Supreme Court

Advertisment

ମହାରାଷ୍ଟ୍ରର ୫୦ରୁ ଅଧିକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହେଉଥିବା ଦାବି ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକର ବିଧାୟକଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ସମୟ ଗଡ଼ାଇବାରେ ଲାଗିଛନ୍ତି।

Advertisment

ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ୪ ମାସ ହେଲା ଦାବି ହେଉଛି। ତଥାପି ବାଚସ୍ପତି ରାହୁଲ ଚୁପ ରହିଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସପ୍ତାହକ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ବାଚସ୍ପତି ରାହୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ମୋଟ ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବାରୁ ସମସ୍ତଙ୍କର ଆଶା ଯେ ସପ୍ତାହକ ମଧ୍ୟରେ ଶିବସେନା ବନାମ ଶିବସେନା ମଧ୍ୟରେ ଚାଲିଥିବା ଲଢ଼େଇର ଅନ୍ତ ଘଟିବ।

Advertisment

ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଠାକରେ ପରସ୍ପରର ବିଧାୟକଙ୍କ ବିରୋଧରେ ଏକାଧିକ ଆବେଦନ କରିଛନ୍ତି। ଉଭୟ ଗୋଷ୍ଠୀର ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ମୋଟ ୩୪ଟି ଆବେଦନ କରାଯାଇଛି। ୨୦୨୨ ଜୁନ ମାସରେ ମହା ବିକାଶ ଅଘାଡ଼ି ସରକାର ବିରୋଧୀ ଏକନାଥ ସିନ୍ଦେ ଓ ପ୍ରାୟ ୩୪ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭୁଶୁଡ଼ି ପଡ଼ିଥିଲା।

ବିଦ୍ରୋହ ପରେ ଶିବସେନା ଦୁଇ ଫାଳ ହୋଇ ଯାଇଥିଲା। ଉଭୟ ଗୋଷ୍ଠୀ ନିଜକୁ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରି ଶିବସେନା ଉପରେ ନିଜର ହକ ଜାହିର କରିଥିଲେ। ଏଥିପାଇଁ ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରାଯାଇଛି। ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହେବା ପରେ ସିନ୍ଦେ ଓ ତାଙ୍କ ସହ ଥିବା ଶିବସେନାର ବିଧାୟକମାନେ ବିଜେପି ସହ ହାତ ମିଳାଇ ସରକାର ଗଠନ କରିଛନ୍ତି।

‌ଏହାକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କ ଆବେଦନର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଅଯୋଗ୍ୟ ଘୋଷଣା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ମେ’ ୧୧ରେ କୁହାଯାଇଥିଲା।

ହେଲେ ସେ ଜୁଲାଇ ମାସରେ ବିଧାୟକମାନଙ୍କୁ କେବଳ ନୋଟିସ ପଠାଇ ଚୁପ ରହିଛନ୍ତି। ସମ୍ବିଧାନର ୧୦ମ ସେଡ୍ୟୁଲ(ଦଳ ବଦଳ ଆଇନ)ରେ ବାଚସ୍ପତି ଗୋଟିଏ ଟ୍ରିବ୍ୟୁନାଲ। ଜଣେ ଟ୍ରିବ୍ୟୁନାଲ ହିସାବରେ ସେ କୋର୍ଟର ନିର୍ଦ୍ଦେଶ ପରିସର ମଧ୍ୟରେ ଆସୁଛନ୍ତି। ତେଣୁ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ବାଚସ୍ପତିଙ୍କ ପାଇଁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଖଣ୍ଡପୀଠ କହିଛନ୍ତି, “ମିଷ୍ଟର ସଲିସିଟର ଜେନେରାଲ, ସେ(ବାଚସ୍ପତି) ଯେମିତି ହେଲେ ନିଷ୍ପତ୍ତି ନିଅନ୍ତୁ। ସେ ଏମିତି ସମୟ ଗଡ଼ାଇ ପାରିବେ ନାହିଁ। ମେ’ ୧୧ କୋର୍ଟଙ୍କ ରାୟ ପରେ ବାଚସ୍ପତି କ’ଣ ପଦକ୍ଷେପ ନେଇଛନ୍ତି? ପୂର୍ବରୁ ଧାର୍ଯ୍ୟ ସମୟ ଭିତରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ହେଲେ ଏବେ ଆମେ ନିଷ୍ପତ୍ତି ନେବାକୁ ସପ୍ତାହେ ସମୟ ଦେଉଛୁ।”

ବାଚସ୍ପତି ରାହୁଲ ନାରୱେକର ଜାଣିଶୁଣି ବିଧାୟକଙ୍କ ଅଯୋଗ୍ୟ ଘୋଷଣା ଉପରେ ନିଷ୍ପତ୍ତି ବିଳମ୍ବ କରୁଥିବା ଆବେଦନ ସୁନୀଲ ନିଜର ଆବେଦନର ଦର୍ଶାଇଥିଲେ।

Supreme Court Maharashtra Shiv Sena Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe