Advertisment

ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ବେଲ୍‌ ନିୟମ, ଜେଲ ବ୍ୟତିକ୍ରମ

ଖଣ୍ଡପୀଠଙ୍କ କହିବା କଥା ଯେ ପିଏମଏଲର ଧାରା ୪୫ରେ ବେଲ ପାଇଁ ଦୁଇ ସର୍ତ୍ତ ରହିଛି। ପ୍ରଥମତଃ ହେଲା ଅଭିଯୁକ୍ତ ଅପରାଧ ଘଟାଇ ନଥିବା ପ୍ରାଥମିକ ଯାଞ୍ଚରୁ ଅନୁଭବ ହେବା ଓ ଦ୍ୱିତୀୟଟି ହେଲା ଅଭିଯୁକ୍ତ ବେଲରେ ଥିବା ବେଳେ ଅପରାଧ ଘଟାଇବାର ସମ୍ଭାବନା ନଥିବା।

author-image
Hemant Lenka
ଅଦ୍ୟତନ ହୋଇଛି
SC

SC

ବେଲ୍‌ ନିୟମ ଓ ଜେଲ ବ୍ୟତିକ୍ରମ ଉପରେ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ ହେପାଜତରେ ଥିବା ବେଳେ ଯଦି ଜଣେ ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥାକୁ ଅନ୍ୟ ଜଣଙ୍କୁ ଦୋଷୀ ସଜାଇବା ଭଳି ବୟାନ ରଖନ୍ତି, ତା’ହେଲେ ଏହା କୋର୍ଟରେ ପ୍ରମାଣ ଭାବେ ବିବେଚନା କରାଯାଇ ପାରିବ ନାହିଁ।

Advertisment

ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଜାମିନ ଦେବା ବେଳେ ଆଜି ସୁପ୍ରିମକୋର୍ଟ ଏପରି ମତ ରଖିଛନ୍ତି। ପ୍ରକାଶଙ୍କୁ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ମାର୍ଚ୍ଚ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ମନି ଲଣ୍ଡରିଂ ମାମଲାରେ ଜାମିନ ଦେଇଥିଲେ। ସେହିପରି ନିକଟରେ ଆପ୍‌ ନେତା ମନୀଷ ସିସୋଦିଆ ମଧ୍ୟ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ।

ଆଜିର ରାୟରେ ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନ କହିଛନ୍ତି, “ମନୀଷ ସିସୋଦିଆ ରାୟ ବେଳେ ଆମେ କହିଥିଲୁ ଯେ ପିଏମଏଲ କ୍ଷେତ୍ରରେ ମଧ୍ୟ ବେଲ ନିୟମ ଓ ଜେଲ ବ୍ୟତିକ୍ରମ।”

Advertisment

ଖଣ୍ଡପୀଠଙ୍କ କହିବା କଥା ଯେ ପିଏମଏଲର ଧାରା ୪୫ରେ ବେଲ ପାଇଁ ଦୁଇଟି ସର୍ତ୍ତ ରହିଛି। ପ୍ରଥମତଃ ହେଲା ଅଭିଯୁକ୍ତ ଅପରାଧ ଘଟାଇ ନଥିବା ପ୍ରାଥମିକ ଯାଞ୍ଚରୁ ଅନୁଭବ ହେବା ଓ ଦ୍ୱିତୀୟଟି ହେଲା ଅଭିଯୁକ୍ତ ବେଲରେ ଥିବା ବେଳେ ଅପରାଧ ଘଟାଇବାର ସମ୍ଭାବନା ନଥିବା।

ଧାରା ୪୫କୁ ଆଧାର କରି କୋର୍ଟ କହିଛନ୍ତି, ଏହି ସର୍ତ୍ତରେ ବେଲ ମିଳିପାରିବ। ବ୍ୟକ୍ତିବିଶେଷଙ୍କ ସ୍ୱତନ୍ତ୍ରତା ସବୁବେଳେ ନିୟମ ଓ ସ୍ୱତନ୍ତ୍ରତାକୁ ଆଇନ ଦ୍ୱାରା ମନା କରିବା ବ୍ୟତିକ୍ରମ।

ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ ପିଏଲଏ କେସ୍‌ରେ ହେପାଜତରେ ଥିବା ଜଣେ ଅଭିଯୁକ୍ତ ଯଦି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଅନ୍ୟକୁ ଦୋଷୀ ସଜାଇବା ଭଳି ବୟାନ ଦିଅନ୍ତି, ତା’ହେଲେ ଏହାକୁ କୋର୍ଟରେ ଗ୍ରହଣ କରାଯାଇ ପାରିବ ନାହିଁ। ଏପରି ବୟାନକୁ କୋର୍ଟରେ ଗ୍ରହଣ କରିବା ଆଦୌ ଠିକ ହେବ ନାହିଁ। ଏହା ନ୍ୟାୟର ବିପରୀତ ବୋଲି କୋର୍ଟ କହିଛନ୍ତି।

ED Raid Supreme Court Money Laundering