Advertisment

ଦେଶ ଆଉ ଏକ ବଳାତ୍କାରକୁ ଅପେକ୍ଷା କରିପାରିବ ନାହିଁ; କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Kolkata

Kolkata

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳ ସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର ଓ ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଫଆଇଆର ଦେବାରେ ବିଳମ୍ବ କରିବା ଓ ମାମଲାକୁ ପରିଚାଳନା କରିବାରେ ଅହେତୁକ ଅବହେଳା କରାଯାଇଥିବା ଖଣ୍ଡପୀଠ ମତ ରଖିଛନ୍ତି। ଏଥିସହ ହସ୍ପିଟାଲରେ କାର୍ଯ୍ୟାରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ସୁପ୍ରିମ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି।

Advertisment

ସୁପ୍ରିମକୋର୍ଟ କହିଥିବା କିଛି ବଡ଼ କଥା

୧- କାର୍ଯ୍ୟାଳୟରେ ଯଦି ମହିଳାମାନେ ସୁରକ୍ଷିତ ନୁହନ୍ତି, ତା’ହେଲେ ସମ୍ବିଧାନରେ ଥିବା ସମାନ ଅଧିକାର କ’ଣ? ସେମାନଙ୍କୁ ମୂଳ ସମାନତା ଅଧିକାର ଦେବାକୁ ମନା କରିବାର ଅର୍ଥ କ’ଣ?

୨- ଦେଶର ବିବେକ ଜାଗ୍ରତ ପାଇଁ କ’ଣ ପ୍ରତ୍ୟେକ ଥର ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିବ? 

୩- ଜଣେ ଝିଅ ନିଜ ଜୀବନ ହରାଇଛନ୍ତି। ତାଙ୍କୁ ଜଣେ ଯୌନ ପିପାସୁ, ଯିଏ ଜଣେ ପଶୁ ଯୋଗ୍ୟ ଅଭିଯୁକ୍ତ, ଦୁଷ୍କର୍ମ ପରେ ହତ୍ୟା କରିଛି।

୪- ଡାକ୍ତର, ଓକିଲ, ମହିଳା ଓ ଅନ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି। ଏଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ରାଜ୍ୟ ସରକାର ନିଜ କ୍ଷମତାର ବ୍ୟବହାର କରନ୍ତୁ ନାହିଁ।

୫- ପୀଡ଼ିତାଙ୍କ ନାଁ ଓ ଫଟୋକୁ ତାଙ୍କ ସମ୍ମାନ ଓ ଗୋପନୀୟତାକୁ ଦୃଷ୍ଟିରେ ନ ରଖି ଭାଇରାଲ କରାଗଲା। ପୀଡ଼ିତାଙ୍କ ପରିଚୟ ଗୋପନ ରଖିବାକୁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

୬- ଯୌନ ହିଂସାର ମୂଳ ସଂସ୍ଥା ମଧ୍ୟରେ ହିଁ ରହିଥାଏ। ଏହାର ଉଦାହରଣ ଭାବେ ଅରୁଣା କେସ୍‌କୁ ନିଆଯାଇ ପାରେ।

୭- ଭିଡ଼ ଆଳରେ ଯେତେବେଳେ କିଛି ଲୋକ ହସ୍ପିଟାଲରେ ପଶି ଅପରାଧ ଘଟିଥିବା ସ୍ଥାନରେ ଭଙ୍ଗାରୁଜା କଲେ ସେତେବେଳେ ପୁଲିସ୍‌ କ’ଣ କରୁଥିଲା? ଏହା ଏକ ଧର୍ତବ୍ୟ ଅପରାଧ।

୮- ଆରଜି କର ହସ୍ପିଟାଲରେ ୭୦୦ ରେସିଡେଣ୍ଟ ଡାକ୍ତର ଥିଲେ। କିନ୍ତୁ ଏବେ କେବଳ ୩୦ରୁ ୪୦ ଜଣ ମହିଳା ଡାକ୍ତର ଓ ୬୦ ଜଣ ପୁରୁଷ ଡାକ୍ତର ରହିଛନ୍ତି। ଉକ୍ତ ସଂସ୍ଥାର ସୁରକ୍ଷା ଦାୟିତ୍ୱରେ ଏଣିକି ସିଆଇଏସଏଫ ମୁତୟନ ହେବେ।

୯- ଖରାପ ଆଚରଣ ପ୍ରଦର୍ଶନ କରୁଥିବା ଲୋକଙ୍କ ଠାରୁ ନର୍ସ ଓ ମହିଳା ଡାକ୍ତରମାନେ ଦୂରେଇ ରହି ନିଜ ବ୍ୟବସ୍ଥା କରୁଛନ୍ତି। ସେମାନଙ୍କ ପାଇଁ ରେଷ୍ଟ ରୁମର ବ୍ୟବସ୍ଥା ନାହିଁ। ଦୀର୍ଘ ସମୟ କାର୍ଯ୍ୟ କରିବା ପରେ ସେମାନଙ୍କୁ ଘର ପଠାଇବାର ବ୍ୟବସ୍ଥା ନାହିଁ। ସୁରକ୍ଷା ପାଇଁ ସିସିଟିଭି ମଧ୍ୟ ନାହିଁ।

୧୦- ଲୋକମାନେ ପ୍ରଭାବିତ ହେଉଥିବାରୁ ଆମେ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରୁଛୁ।

Kolkata Kolkata Doctor Rape And Murder Case Supreme Court Kolkata Police