Advertisment

ପତଞ୍ଜଳୀକୁ ସୁପ୍ରିମକୋର୍ଟଙ୍କ ୧ କୋଟି ଟଙ୍କାର ଫାଇନ ଚେତାବନୀ

ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। ପତଞ୍ଜଳୀ ପକ୍ଷରୁ ଏଲୋପାଥି ବିରୋଧରେ ବିଭ୍ରାନ୍ତକର ବିଜ୍ଞାପନ ଦିଆଯାଉଛି।

author-image
Hemant Lenka
Patanjali

Patanjali

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳୀ ନିଜର ସାମଗ୍ରୀ ବିକ୍ରି କରିବା ପାଇଁ ଏଲୋପାଥି ମେଡିସିନ ବିରୋଧରେ ବିଜ୍ଞାପନ ଦେଉଛି। ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କମ୍ପାନୀକୁ ୧ କୋଟି ଟଙ୍କା ଫାଇନର ଧମକ ଦେଇଛନ୍ତି।

Advertisment

ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ପ୍ରକାଶ କୁମାର ମିଶ୍ରାଙ୍କ ଖଣ୍ଡପୀଠ ପତଞ୍ଜଳୀକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି କମ୍ପାନୀ ନିଜର ଦ୍ରବ୍ୟର ବିକ୍ରି ପାଇଁ ମିଥ୍ୟା ବିଜ୍ଞାପନ ଦେବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ରୋଗକୁ ବିନା ପରୀକ୍ଷାରେ ସଂପୂର୍ଣ୍ଣ ଭଲ କରିଦେବ ବୋଲି ଦାବି କରିବ, ତା’ହେଲେ କମ୍ପାନୀ ଉପରେ ୧ କୋଟି ଟଙ୍କାର ଫାଇନ୍‌ ଲାଗିବ।

ଆଗାମୀ ଦିନରେ ପତଞ୍ଜଳୀ ବିଭ୍ରାନ୍ତ କରିବା ଭଳି ବିଜ୍ଞାପନ ଠାରୁ ଦୂରରେ ରହିବ। ଗଣମାଧ୍ୟମ ଆଗରେ କମ୍ପାନୀ ଯେମତି କୌଣସି ପ୍ରକାରର ଅବସ୍ତାବ ବୟାନ ଦେଇ ପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।

Advertisment

ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। ପତଞ୍ଜଳୀ ପକ୍ଷରୁ ଏଲୋପାଥି ବିରୋଧରେ ବିଭ୍ରାନ୍ତକର ବିଜ୍ଞାପନ ଦିଆଯାଉଛି।

ସେହିପରି କମ୍ପାନୀ ବିନା କୌଣସି ଯାଞ୍ଚରେ ନିର୍ଦ୍ଦିଷ୍ଟ ରୋଗକୁ ଭଲ କରିଦେବ ବୋଲି ମଧ୍ୟ ଦାବି କରୁଛି। ପତଞ୍ଜଳୀ ଦାବି କରୁଥିବା ତଥ୍ୟାରେ ସତ୍ୟତା ନାହିଁ। କମ୍ପାନୀର ଦାବି ବିଭିନ୍ନ ଆଇନର ଉଲ୍ଲଙ୍ଘନ କରୁଛି ବୋଲି ଆଇଏମଏ ଆବେଦନରେ କହିଛି।

Supreme Court Baba Ramdev