'ନାଗରିକଙ୍କ ସ୍ୱରକୁ ସେମାନଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଧମକ ଦେଇ ଦମନ କରାଯାଇପାରିବ ନାହିଁ। ଆଇନର ନିୟମ ଅନୁଯାୟୀ “ବୁଲଡୋଜର ନ୍ୟାୟ” ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏହା ସଭ୍ୟ ସମାଜରେ ଅସ୍ୱୀକାର ଯୋଗ୍ୟ।' ଅବସର ନେବା ପୂର୍ବରୁ ସିଜେଆଇ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ ଏଭଳି କିଛି ଶେଷ ରାୟ ଶୁଣାଇଛନ୍ତି।
ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଆଜି ଅର୍ଥାତ ନଭେମ୍ବର ୧୦ରେ ସିଜେଆଇ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେବେ ଏହା ପୂର୍ବରୁ ଶେଷ କାର୍ଯ୍ୟ ଦିବସରେ ୪୫ଟି ଗୁରୁତ୍ୱୂପର୍ଣ୍ଣ ମାମଲାରେ ଫଇସଲା ଶୁଣାଇଛନ୍ତି ସେ। ଏଥିରେ ସେ ବୁଲଡୋଜର ନ୍ୟାୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ସିଜେଇଆ ଜଷ୍ଟିସ୍ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାରଦିବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ବୁଲଡୋଜର ମାଧ୍ୟମରେ ନ୍ୟାୟ ପ୍ରଦାନ କୌଣସି ସଭ୍ୟ ନ୍ୟାୟ ବ୍ୟବସ୍ଥାର ଅଂଶ ହୋଇପାରିବ ନାହିଁ ବୋଲି କହିଛନ୍ତି। ଆଇନର ଶାସନରେ ବୁଲଡୋଜର ନ୍ୟାୟ ସ୍ୱୀକାର ଯୋଗ୍ୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଗଲା ତେବେ ଅନୁଚ୍ଛେଦ ୩୦୦(କ)ର ସମ୍ପତ୍ତଗତ ଅଧିକାର ସାମ୍ବିଧାନିକ ମାନ୍ୟତାରୁ ବାଦ୍ ପଡିବ। ଏହି ଧାରାର କୌଣସି ମୂଲ୍ୟ ରହିବ ନାହିଁ।
ବେଞ୍ଚ ଆହୁରି କହିଛନ୍ତି, ରାଜ୍ୟରେ ବେଆଇନ ଜବରଦଖଲ ଓ କିମ୍ବା ବେଆଇନ ଭାବେ ନିର୍ମାଣ ହୋଇଥିବା ସଂରଚନାକୁ ହଟାଇବା ପାଇଁ ପଦକ୍ଷେପ ନେବା ପୂର୍ବରୁ ଆଇନ୍ର ଉଚିତ ପ୍ରକ୍ରିୟାକୁ ପାଳନ କରିବା ଉଚିତ। ବୁଲଡୋଜର ମାଧ୍ୟମରେ ନ୍ୟାୟ ନ୍ୟାୟଶସ୍ତ୍ରର କୌଣସି ସଭ୍ୟ ପ୍ରଣାଳୀ ପାଇଁ ଠିକ୍ ନୁହେଁ । ଏହା ବିପ୍ପଜନକ, ଯଦି ରାଜ୍ୟମାନଙ୍କର କୌଣସି ଓ୍ୱିଙ୍ଗ କିମ୍ବା ଅଧିକାରୀଙ୍କ ଦ୍ୱାରା ବୁଲଡୋଜର ନ୍ୟାୟକୁ ଅନୁମତି ଦିଆଯାଏ, ତେବେ ନାଗରିକଙ୍କ ସମ୍ପତ୍ତି ବାହ୍ୟ କାରଣରୁ ଭାଙ୍ଗି ଦିଆଯିବ ବୋଲି ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ନାଗରିକଙ୍କୁ ସ୍ୱରକୁ ସେମାନଙ୍କ ସମ୍ପତ୍ତି ଏବଂ ଘରକୁ ନଷ୍ଟ କରି କିମ୍ବା ଧମକଚମକ ଦେଇ ଚାପି ଦିଆଯାଇପାରିବ ନାହିଁ । ଜଣେ ବ୍ୟକ୍ତିର ସର୍ବାଧିକ ସୁରକ୍ଷା ରୂପରେ ଯଦି କିଛି ରହିଛି ତେବେ ତାହା ତା’ର ଘର। ନ୍ୟାୟ ବ୍ୟବସ୍ଥା ସେସବୁର ସୁରକ୍ଷା ପାଇଁ ସର୍ବନିମ୍ନ ସୀମା ନିର୍ଦ୍ଧାରଣର ପ୍ରସ୍ତାବ ଦିଆଯାଇଛି। ସାଧାରଣ ଲୋକଙ୍କ ସମ୍ପତ୍ତି ଜବତ କରିବା ପୂର୍ବରୁ ସେମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ ବୋଲି ଡିଓ୍ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।