Advertisment

୩ ବର୍ଷର ବାଳକକୁ ଲିଭର ଡୋନେଟ ପାଇଁ ବାଧା ସାଜିଥିଲା ଆଇନ୍‌, କୋର୍ଟ କହିଲେ- ଆଗ ଜୀବନ, ପରେ ନିୟମ

ଲିଭର ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀର ଗୁରଗ୍ରାମର ଏକ ହସ୍ପିଟାଲରେ ମରଣ ସହ ସଂଘର୍ଷ କରୁଥିବା ଏକ ୩ ବର୍ଷର ବାଳକକୁ ଲିଭର ଡୋନେଟ କରିବା ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଆଗ ଜୀବନ, ପରେ ନିୟମ । ଲିଭର ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀର ଗୁରଗ୍ରାମର ଏକ ହସ୍ପିଟାଲରେ ମରଣ ସହ ସଂଘର୍ଷ କରୁଥିବା ଏକ ୩ ବର୍ଷର ବାଳକକୁ ଲିଭର ଡୋନେଟ କରିବା ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସୁପ୍ରିମକୋର୍ଟଙ୍କ ଆଇନ ଅନୁଯାୟୀ, ଜଣେ ରୋଗୀଙ୍କୁ କେବଳ ପରିବାର ସଦସ୍ୟ ହିଁ ଅଙ୍ଗ ଦାନ କରି ପାରିବେ। ମାତ୍ର  ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପିଲାଟିର ଲିଭର ଫେଲ୍‌ ହୋଇ ସାରିଥିବା ବେଳେ ସେ ଏବେ ଗୁରଗ୍ରାମରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ପିଲାଟିର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିବା ବେଳେ ବାପାମା’ଙ୍କ ଲିଭର ସହ ତାହା ମ୍ୟାଚ୍‌ କରୁନି। ଏପରି ସ୍ଥିତିରେ ଜଣେ ଦୂର ସମ୍ପର୍କୀୟ ପିଲାଟିକୁ ଲିଭର ଦେବାକୁ ସମ୍ମତି ପ୍ରକାଶ କରିଥିବା ବେଳେ ବାଧା ସାଜିଥିଲା ଆଇନ।

ଏପରି କ୍ଷେତ୍ରରେ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆକୁଳ ନିବେଦନ କରିଛନ୍ତି ପିଲାଟିର ବାପାମା’ । କୋର୍ଟଙ୍କ ଆଦେଶ ହିଁ ପୁଅର ଜୀବନ ବଞ୍ଚାଇ ପାରିବ ବୋଲି ସେମାନେ ଗୁହାରି ଜଣାଇଛନ୍ତି।

Advertisment

ନଭେମ୍ବର ୨ରେ ପ୍ରଥମେ ଏହି ମାମଲାର ଶୁଣାଣି ପାଇଁ ଆବେଦନ କରାଯାଇଥିଲା। ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ଶୁଣାଣି ପ୍ରଥମେ କରିବାକୁ ପ୍ରଧାନ ବିଚାରପତି ବେଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୯ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବେଞ୍ଚ କହିଛନ୍ତି, ଯଦିଓ ମାନବ ଶରୀରରେ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ପାଇଁ ସ୍ୱତନ୍ତ୍ର ନିୟମ ଅଛି, ଏହି କ୍ଷେତ୍ରରେ କିନ୍ତୁ ତାହାକୁ ଲାଗୁ କରିବା ଯଥାର୍ଥ ନୁହେଁ। ଏଠାରେ ଆଗ ଜୀବନ, ପରେ ଆଇନ ବୋଲି ବିବେଚନା କରାଯିବ । କାରଣ ପିଲାଟିର ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ତା’ ଶରୀରରେ ଲିଭର ପ୍ରତ୍ୟାରୋପଣ ହେବା ଆବଶ୍ୟକ । ଏଥିନିମନ୍ତେ ଏକ ମା’ କୋର୍ଟ ନିକଟରେ ଗୁହାରି କରିଛି। ଏଠାରେ ପିଲାଟିର ଜୀବନ ବଞ୍ଚାଇବା ସମସ୍ତଙ୍କ ପ୍ରାଥମିକତା ହେବା ଆବଶ୍ୟକତା ବୋଲି ବେଞ୍ଚ ପକ୍ଷରୁ କୁହାଯାଇଛି।

Supreme Court Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe