/odisha-reporter/media/post_attachments/uploadimage/library/16_9/16_9_0/PK_1731329095.jpg)
PK
ନିର୍ବାଚନ ରଣନୀତିଜ୍ଞରୁ ନିଜର ରାଜନୀତିକ ଦଳ ଗଠନ କରିଥିବା ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଲାଗିଛି ବଡ଼ ଝଟକା। ସେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ବିଧାନସଭା ଆସନର ଉପ ନିର୍ବାଚନ ଉପରେ ରୋକ ଲଗାଇବାକୁ ଚାହୁଁଥିଲେ। କିନ୍ତୁ ସୁପ୍ରିମକୋର୍ଟ ପିକେଙ୍କ ଦଳ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି।
ଛଟ ପୂଜା ପାଇଁ ସେ ଉପ ନିର୍ବାଚନ ଉପରେ ରୋକ ଲଗାଇବାକୁ ଚାହୁଁଥିଲେ। ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି ଦେଇଥିବାରୁ ଆସନ୍ତା ୧୩ ତାରିଖରେ ବିହାରର ତାରାରି, ରାମଗଡ଼, ବେଲାଗଞ୍ଜ ଓ ଇମାମଗଞ୍ଜ ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ସେହିପରି ଝାରଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ଭଳି ଏହି ସବୁ ଆସନ ଗୁଡ଼ିକର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।
ପିକେଙ୍କ ଆବେଦନର ଶୁଣାଣି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ କରିଛନ୍ତି। ଛଟ ପୂଜା ଶେଷ ହୋଇ ସାରିଛି ଓ କୋର୍ଟ ଏବେ ଏଥିରେ ହସ୍ତକ୍ଷେପ କରିବା ଠିକ ହେବ ନାହିଁ।
ପିକେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଯୁକ୍ତି ରଖି କହିଥିଲେ ଯେ “ମାଇଁ ଲର୍ଡସ, ଛଟର ଗୁରୁତ୍ୱକୁ ଅଣଦେଖା କରାଯିବା କଥା ନୁହେଁ। ମୁଁ ଜାଣିଛି ଏହା ଶେଷ ହୋଇସାରିଛି। କିନ୍ତୁ ସେମାନେ ନିର୍ବାଚନକୁ ଅଲଗା ରାଜ୍ୟରେ ଘୁଞ୍ଚାଇଛନ୍ତି।”
ନିର୍ବାଚନ କମିଶନ ଉତ୍ତର ପ୍ରଦେଶର ୯ଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ତାରିଖକୁ ପାର୍ବଣକୁ ଦୃଷ୍ଟିରେ ରଖି ୧୩ ବଦଳରେ ନଭେମ୍ବର ୨୦କୁ ଘୁଞ୍ଚାଇ ଦେଇଛନ୍ତି। ଶୁଣାଣି ବେଳେ ସିଙ୍ଘଭୀ ସମାନ କଥା ଉଠାଇଥିଲେ।
ସିଙ୍ଘଭୀଙ୍କ କଥା ଶୁଣି ଜଷ୍ଟିସ କାନ୍ତ ପ୍ରଶ୍ନ କରିଥିଲେ ଯେ ବିହାରରେ ଛଟକୁ ନେଇ କିଛି ହ୍ୟାଙ୍ଗ ଓଭର ରହିଛି କି? ଏହାର ଜବାବରେ ସିଙ୍ଘଭୀ କହିଥିଲେ, “ପାର୍ବଣ ହ୍ୟାଙ୍ଗଓଭର ସଠିକ ଶବ୍ଦ। ମନମାନୀ ଅନ୍ଦାଜରେ ଅନ୍ୟ ସ୍ଥାନରେ ରୋକ ଲଗାଯାଇଛି। ଭେଦଭାବ ନ ରଖି ସବୁ କିଛି କରିବା ଦରକାର। ଏହାକୁ ଲର୍ଡଶିପ ମାପିବା ଦରକାର।”
ଖଣ୍ଡପୀଠ କହିଛନ୍ତି, ଭୋଟିଂ ପାଇଁ ସବୁ କିଛି ବ୍ୟବସ୍ଥା କରାଯାଇଛି ଓ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଠିକ ହେବ ନାହିଁ। କେବଳ ଗୋଟିଏ ଦଳ ତାରିଖ ବଦଳାଇବାକୁ ଅନୁରୋଧ କରିଛି। ଆପଣଙ୍କୁ ରାଜନୀତି ବିଷୟବସ୍ତୁ ବିଷୟରେ ଅଧିକ ଜାଣିବାର ଆବଶ୍ୟକ ରହିଛି। ଆମେ ଭାବୁଛୁ ଆପଣ ଆବେଦନ ପ୍ରତ୍ୟାହାର କରିବା ଉଚିତ।
ଏହାକୁ ସିଙ୍ଘଭୀ ବିରୋଧ କରିଥିଲେ। ଏହାପରେ ଖଣ୍ଡପୀଠ କହିଛନ୍ତି, “କୌଣସି ପ୍ରମୁଖ ଦଳ ତାରିଖକୁ ନେଇ ଅଭିଯୋଗ କରି ନାହାନ୍ତି। ଏଥିରେ ହସ୍ତକ୍ଷେପ କରିବା ଭଳି ସ୍ଥିତି ଆଉ ନାହିଁ। ବହୁ ବିଳମ୍ବ ହୋଇଗଲାଣି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
