Advertisment

ଏହି କାରଣ ପାଇଁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ସେମାନେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ ମେ’ ୭ ତାରିଖରେ କରିବେ।

 Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ।

Advertisment

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ସେମାନେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ ମେ’ ୭ ତାରିଖରେ କରିବେ। ସେହିଦିନ ଦୁଇ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବେ। ଏଥିପାଇଁ ଇଡି ଓ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରସ୍ତୁତ ହୋଇ ଆସିବାକୁ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, କେଜ୍ରିୱାଲ ଇଡିର ଗିରଫଦାରୀ ଓ ତାଙ୍କୁ ରିମାଣ୍ଡରେ ନେବା ବିରୋଧରେ ଆବେଦନ କରିଛନ୍ତି। ଏହି ମୁଖ୍ୟ ମାମଲା ଉପରେ ଶୁଣାଣି ଅଧିକ ସମୟ ଲାଗିପାରେ। ଯଦି ମୁଖ୍ୟ ମାମଲାର ଶୁଣାଣି ଅଧିକ ସମୟ ଲାଗିବ, ତା’ହେଲେ ଆମେ ମଙ୍ଗଳବାର ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିପାରୁ। ଏଥିପାଇଁ ଇଡି ଓକିଲ ପ୍ରସ୍ତୁତ ହୋଇ ଆସନ୍ତୁ।

Advertisment

ଏବେ ଦେଶରେ ନିର୍ବାଚନ ପର୍ବ ଚାଲିଛି। ତେଣୁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ଉପରେ ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଏହାର ଅର୍ଥ ସମ୍ଭବତଃ କେଜ୍ରିୱାଲଙ୍କୁ ଆସନ୍ତା ୭ ତାରିଖରେ ଜାମିନ ମିଳିପାରେ।

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେବା ପରେ ଏପ୍ରିଲ ୧ରୁ ସେ ତିହାର ଜେଲରେ ରହିଛନ୍ତି। ସେ ଜାମିନ ଅପେକ୍ଷା ଗିରଫଦାରୀକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ କାହିଁକି ଜାମିନ ପାଇଁ ଆବେଦନ କରୁନାହାନ୍ତି ବୋଲି କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ।

Arvind Kejriwal Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe