/odisha-reporter/media/post_attachments/uploadimage/library/16_9/16_9_0/SC_1752489986.jpg)
SC
ପଞ୍ଜାବର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ୧୧୫୮ ଜଣ ସହକାରୀ ପ୍ରଫେସର ଓ ଲାଇବ୍ରେରିଆନଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ। ନିଯୁକ୍ତିପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା କଥା କହି ସର୍ବୋଚ୍ଚ ଅଦାଲତ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
୨୦୨୪ ସେପ୍ଟେମ୍ବର ମାସରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟାକୁ କାଏମ ରଖିଥିଲେ। ହେଲେ ଆଜି ଉକ୍ତ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ନିଜର ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଏକତରଫା ଭାବେ କରାଯାଇଥିଲା। ଚୟନ ପ୍ରକ୍ରିୟାରେ କୌଣସି ପ୍ରକାରର ପ୍ରଚଳିତ ନିୟମ ଓ ଗାଇଡଲାଇନକୁ ପାଳନ କରାଯାଇ ନଥିଲା। ପଞ୍ଜାବ ସରକାର ଏପରି ନିଯୁକ୍ତିର ଆବଶ୍ୟକତାକୁ ନେଇ କୌଣସି ପ୍ରକାରର ବୈଧ ଯୁକ୍ତି ଉପସ୍ଥାପନ ମଧ୍ୟ କରିପାରି ନାହାନ୍ତି ବୋଲି କୋର୍ଟ ମତ ରଖିଛନ୍ତି।
୨୦୨୧ ଅକ୍ଟୋବର ମାସରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ପଞ୍ଜାବ ଉଚ୍ଚ ଶିକ୍ଷା ବିଭାଗ ବିଭିନ୍ନ ବିଷୟ ପାଇଁ ସହକାରୀ ପ୍ରଫେସର ଓ ଲାଇବ୍ରେରିଆନ ପଦବ ପାଇଁ ଅନଲାଇନରେ ଦସ୍ତଖତ ଆହ୍ୱାନ କରିଥିଲା। ରାଜ୍ୟ ବିଧାନସଭା ପୂର୍ବରୁ ଏପରି ପଦକ୍ଷେପ ନିଆଯାଇଥିଲା।
କିନ୍ତୁ ଚୟନପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ଏହାର ତଦନ୍ତ ପାଇଁ ଗୋଟିଏ ପ୍ୟାନେଲ ମଧ୍ୟ ଗଠନ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ଚୟନପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ନିଯୁକ୍ତିକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରି ଦେଇଛନ୍ତି। ଏଥିସହ ୟୁଜିସି ଦ୍ୱାରା ପ୍ରଚଳିତ ନିୟମ ଆଧାରରେ ନିଯୁକ୍ତି ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
