Advertisment

ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।

author-image
Hemant Lenka
Pollution pan-India problem

Pollution pan-India problem

ପ୍ରଦୂଷଣ ପୂରା ଭାରତର ସମସ୍ୟା ବୋଲି ମତ ରଖି ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ କରିବାକୁ କହିଛନ୍ତି। ଏହାଦ୍ୱାରା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।

Advertisment

ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ମନମୋହନ କହିଛନ୍ତି, “ବାୟୁ ପ୍ରଦୂଷଣ ସମସ୍ୟା ରହିଥିବା ଅନ୍ୟ ବଡ଼ ସହରଗୁଡ଼ିକ ତାଲିକା ଦିଅନ୍ତୁ। ସେସବୁ ସହର ଗୁଡ଼ିକ ପାଇଁ କିଛି ସଂସ୍ଥାର ଆବଶ୍ୟକ ରହିଛି କି ନାହିଁ, ସେକଥା ଜଣାନ୍ତୁ। ଆମେ ଉକ୍ତ ସଂସ୍ଥାକୁ ସର୍ବଭାରତୀୟ ସ୍ତରକୁ ବୃଦ୍ଧି କରିପାରୁ।

ଆମେ ସୁପ୍ରିମକୋର୍ଟରେ ବସି କେବଳ ଦିଲ୍ଲୀର ପ୍ରଦୂଷଣ କଥା ଚିନ୍ତା କରୁଛୁ ବୋଲି ଗୋଟିଏ ଭୁଲ ଚିନ୍ତାଧାରା ବାହାରକୁ ଯାଉ ବୋଲି ଆମେ ଚାହୁଁନାହୁଁ। ତେଣୁ ଦିଲ୍ଲୀ ଭଳି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସମଗ୍ର ଦେଶରେ ମଧ୍ୟ ଲାଗୁ କରାଯାଇ ପାରେ।”

Advertisment

ଅନ୍ୟ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଦିଲ୍ଲୀରେ ମଧ୍ୟ ସ୍ଥିତି ଉତ୍କଟ ହେଉଛି ବୋଲି କୋର୍ଟ ଜାଣିବା ପରେ ଅନ୍ୟ ରାଜ୍ୟର ପ୍ରଦୂଷଣ ସମ୍ପର୍କରେ ତାଲିକା ମାଗିଛନ୍ତି।

ଅନ୍ୟପକ୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଭୟଙ୍କର ହେବାରୁ ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ କମିଶନ(CAQM) GRAP-III ଲାଗୁ କରିଛନ୍ତି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଦିଲ୍ଲୀରେ ଆଜି ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୪୫୦ ମଧ୍ୟରେ ଅଛି। ତେଣୁ ପ୍ରଦୂଷଣକୁ ତତ୍କାଳ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ଲାଗୁ କରାଯାଇଛି।

Delhi Supreme Court Pollution