Advertisment

Supreme Court : କିଛି ଗଡ଼ବଡ଼ ଚାଲିଛି: ମାଡ୍ରାସ ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଖଣ୍ଡପୀଠ ନୋଟିସ ପଠାଇବା ସହ ସୁପର ଷ୍ଟାର ବିଜୟଙ୍କ ଟିଭିକେ ପାର୍ଟିର ସହ ଜଡ଼ିତ ଦଳାଚକଟା ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ହାଇକୋର୍ଟରେ ପ୍ରଚଳିତ ନିୟମକୁ ସର୍ବୋଚ୍ଚ ଅଦାଲତ ଦେଖିବେ ବୋଲି ଖଣ୍ଡପୀଠ ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି।

author-image
Hemant Lenka
SC

ସୁପ୍ରିମକୋର୍ଟ ଓ ମାଡ୍ରାସ ହାଇକୋର୍ଟ

ମାମଲାର ଲିଷ୍ଟିଂ ଓ ଶୁଣାଣି ସମ୍ପର୍କିତ ନିୟମକୁ ଅନୁସରଣ କରିବା ପ୍ରସଙ୍ଗରେ ଆଜି ମାଡ୍ରାସ ହାଇକୋର୍ଟଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସେଠାରେ କିଛି ଗଡ଼ବଡ଼ ଚାଲିଥିବା ମଧ୍ୟ ମତ ରଖିଛନ୍ତି। ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ କରୁର ଦଳାଚକଟା ଘଟଣାର ଶୁଣାଣି କରୁଛନ୍ତି। ମାଡ୍ରାସ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ପଠାଇଥିବା ରିପୋର୍ଟକୁ ଦେଖିଥବା ପରେ ହିଁ ଖଣ୍ଡପୀଠ ଏପରି କହିଛନ୍ତି। 

Advertisment

ଖଣ୍ଡପୀଠ ନୋଟିସ ପଠାଇବା ସହ ସୁପର ଷ୍ଟାର ବିଜୟଙ୍କ ଟିଭିକେ ପାର୍ଟିର ସହ ଜଡ଼ିତ ଦଳାଚକଟା ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ହାଇକୋର୍ଟରେ ପ୍ରଚଳିତ ନିୟମକୁ ସର୍ବୋଚ୍ଚ ଅଦାଲତ ଦେଖିବେ ବୋଲି ଖଣ୍ଡପୀଠ ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟରେ କିଛି ଗଡ଼ବଡ଼ ଚାଲିଛି। ଆମକୁ ଏହା ଦେଖିବାର ଅଛି ବୋଲି ଜଷ୍ଟିସ ମାହେଶ୍ୱର କହିଛନ୍ତି। 

ମାଡ୍ରାସ ହାଇକୋର୍ଟ କରୁର ଦଳାଚକଟା ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଟିଭିକେ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ଏହାର ଶୁଣାଣି ବେଳେ ଚେନ୍ନାଇ ବେଞ୍ଚଙ୍କ ପକ୍ଷରୁ କିଛି ଅନୁଚିତ କରାଯାଇଥିବା ସର୍ବୋଚ୍ଚ ଅଦାଲତ ଆଶଙ୍କା କରିଛନ୍ତି। 

Advertisment

କରୁର ଦଳାଚକଟା ଘଟଣାରେ ମଦୁରାଇ ବେଞ୍ଚ ସିବିଆଇ ତଦନ୍ତ ଆବେଦନକୁ ରଦ୍ଦ କରିଥିଲେ। କିନ୍ତୁ ଚେନ୍ନାଇ ବେଞ୍ଚ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୧୩ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ(Supreme Court) ଦେଇଥିବା ନିର୍ଦ୍ଦେଶକୁ ତାମିଲନାଡୁ ସରକାର ଚ୍ୟାଲେଞ୍ଜ କରିଛନ୍ତି। ସେପ୍ଟେମ୍ବର ୨୭ରେ ଟିଭିକେ ରାଲିରେ ହୋଇଥିବା ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। 

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଟିଭିକେ ମୁଖ୍ୟ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ଜୋର ଧରିଥିଲା। ହେଲେ ଏଯାଏ ଏହି ଘଟଣାରେ ବିଜୟଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାମଲାର ବିଚାର ସୁପ୍ରିମକୋର୍ଟ ଠାରୁ ମାଡ୍ରାସ ହାଇକୋର୍ଟରେ ପଡ଼ି ରହିଛି। 

Supreme Court