Advertisment

ସୁପ୍ରିମକୋର୍ଟରୁ କେଜ୍ରିୱାଲ ନିରାଶ, ଜାମିନ ଅବଧି ବୃଦ୍ଧି ଆବେଦନର ଜରୁରୀ ଶୁଣାଣିକୁ ମନାକଲେ

ଜାମିନ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିୱାଲ କରିଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି। ଜାମିନ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିୱାଲ କରିଥିବା ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। 

Advertisment

ଆଜି ସୁପ୍ରିମକୋର୍ଟର ଏକ ବେଞ୍ଚ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଅବଧି ୭ ଦିନ ବୃଦ୍ଧି ସହ ଜଡିତ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନିକଟକୁ ପଠାଯାଇଛି। 

ପ୍ରକାଶ ଥାଉକି, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ତିହାର ଜେଲରେ ଥିଲେ।

Advertisment

ପରବର୍ତ୍ତୀ ସମୟରେ ଲୋକସଭା ନିର୍ବାଚନ ଚାଲିଥିବାରୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ। 

ସର୍ତ୍ତ ଅନୁସାରେ ଜୁନ୍ ୩ରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ। ଏହା ପୂର୍ବରୁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ଅବଧି ଆଉ ୭ ଦିନ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ ଯାହାର ଜରୁରୀ ଶୁଣାଣିକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। 

Arvind Kejriwal Supreme Court Kejriwal Bail Plea