Advertisment

ପୁଣି ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟ ଝଟକା

ଏବେ ଦିଲ୍ଲୀ ମହାନଗର ନିଗମକୁ ଉପ ରାଜ୍ୟପାଳ ମନୋନୀତ କରୁଥିବା ଆଲଡରମେନ ବା ସ୍ୱତନ୍ତ୍ର ସଦସ୍ୟଙ୍କ ଭୂମିକା ନେଇ ଭିନ୍ନ ମତ ରଖିଛନ୍ତି।

author-image
Hemant Lenka
supreme court of india

supreme court of india

ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ଝଟକା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଥମେ ସୁପ୍ରିମକୋର୍ଟ ଉପ ରାଜ୍ୟପାଳଙ୍କ ହାତରୁ ପ୍ରଶାସନିକ କ୍ଷମତା କାଢ଼ି ନେଇ ନିର୍ବାଚିତ ସରକାରଙ୍କୁ ଦେଇଥିଲେ।

Advertisment

ଏବେ ଦିଲ୍ଲୀ ମହାନଗର ନିଗମକୁ ଉପ ରାଜ୍ୟପାଳ ମନୋନୀତ କରୁଥିବା ଆଲଡରମେନ ବା ସ୍ୱତନ୍ତ୍ର ସଦସ୍ୟଙ୍କ ଭୂମିକା ନେଇ ଭିନ୍ନ ମତ ରଖିଛନ୍ତି। ଉପ ରାଜ୍ୟପାଳଙ୍କୁ ଆଲଡେରମେନ ମନୋନୀତି କରିବାକୁ କ୍ଷମତା ଦେବାର ଅର୍ଥ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ମହାନଗରକୁ ଅସ୍ଥିର କରିବା ସହ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ କେନ୍ଦ୍ର ପାଇଁ ଏପରି ମନୋନୀତି ପ୍ରକ୍ରିୟା ଅତ୍ୟନ୍ତ ଚିନ୍ତାର ବିଷୟ କି ଜାଣିବା ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ଇଚ୍ଛା ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲାଙ୍କ ଖଣ୍ଡପୀଠ ଏପରି ମତ ରଖିଛନ୍ତି। ଉପରାଜ୍ୟପାଳଙ୍କୁ ଏମସିଡିକୁ ଆଲଡରମେନ ମନୋନୀତ କରିବା ପାଇଁ ମିଳିଥିବା କ୍ଷମତାକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ବେଳେ ରାୟକୁ ସଂରକ୍ଷିତ ରଖି ଖଣ୍ଡପୀଠ ଏପରି ମତ ରଖିଛନ୍ତି।

Advertisment

ଦିଲ୍ଲୀ ଏମସିଡିକୁ ୨୫୦ ଜଣ ସଦସ୍ୟ ଭୋଟିଂ ପ୍ରକ୍ରିୟା ଦ୍ୱାରା ଯାଉଥିବା ବେଳେ ୧୦ ଜଣ ମନୋନୀତ ସଦସ୍ୟ ଭାବେ ଗୃହକୁ ଯାଇଥାଆନ୍ତି। ଏହି ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିବାର କ୍ଷମତା ଉପ ରାଜ୍ୟପାଳ ବା କେନ୍ଦ୍ର ହାତରେ ରହିଛି।

ଗତବର୍ଷ ଡିସେମ୍ବରରେ ଆମ ଆଦମୀ ପାର୍ଟି(ଆପ୍‌) ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜେପିକୁ ପରାସ୍ତ କରି ୧୩୪ଟି ୱାର୍ଡରେ ଜିତିଥିଲା। ଏଥିସହ ୧୫ ବର୍ଷ ହେଲା ଏମସିଡିରେ ବିଜେପି ଚଳାଇଥିବା ଶାସନରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା। ବିଜେପି ୧୦୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ଟି ୱାର୍ଡ ଦଖଲ କରିଥିଲା।

Delhi Supreme Court Aam Aadmi Party