Advertisment

ପୁଣି ଥରେ ଦିଲ୍ଲୀ ସରକାର- ଉପରାଜ୍ୟପାଳ ମୁହାଁମୁହିଁ, ସୁପ୍ରିମକୋର୍ଟ ଦେଲେ ଚେତାବନୀ

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ଓ ଉପରାଜ୍ୟପାଳ ଭି.କେ ସକସେନା । ଦିଲ୍ଲୀ ବିଦ୍ୟୁତ୍‌ ନିୟାମକ କମିଶନର(DERC) ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍‌ ଉମେଶ କୁମାରଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ବିବାଦ ।

author-image
Niharika Rout
ଅଦ୍ୟତନ ହୋଇଛି
supreme court of india

supreme court of india

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ଓ ଉପରାଜ୍ୟପାଳ ଭି.କେ ସକସେନା । ଦିଲ୍ଲୀ ବିଦ୍ୟୁତ୍‌ ନିୟାମକ କମିଶନର(DERC) ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍‌ ଉମେଶ କୁମାରଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ବିବାଦ । ଏହି ବିବାଦ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ଉପରାଜ୍ୟପାଳଙ୍କୁ ନାଲି ଆଖି ଦେଖାଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କୌଣସି ଚାପ ସୃଷ୍ଟି କରି ପାରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି।

Advertisment

ଗତ ୨୧ ତାରିଖରେ ଜଷ୍ଟିସ୍‌ ଉମେଶ କୁମାରଙ୍କୁ (DERC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ପଦ ପାଇଁ ଜଷ୍ଟିସ ସଙ୍ଗିତା ରାଜ ଲୋଧା ରେସ୍‌ ଥିବା ବେଳେ ତାଙ୍କ ନାମ ସୁପାରିସ କରିଥିଲେ ଅରବିନ୍ଦ କେଜ୍ରିୱାଲ । କିନ୍ତୁ କେନ୍ଦ୍ର ସରକାର ଜଷ୍ଟିସ୍‌ ଉମେଶ କୁମାରଙ୍କ ନାମରେ ମୋହର ମାରିଥିଲେ। ଦିଲ୍ଲୀ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି।

ଆଜି ଜଷ୍ଟିସ୍‌ ଉମେଶ କୁମାରଙ୍କ ଶପଥ ଗ୍ରହଣ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଶେଷ ସମୟରେ ଏହା ସ୍ଥଗିତ ରହିଥିଲେ। ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଏହି ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ କରାଯାଇଛି। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାଯାଇଛି। ଉକ୍ତ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।

Advertisment

ଦିଲ୍ଲୀର ପ୍ରଶାସନିକ କ୍ଷମତାକୁ ନିଜ ଅକ୍ତିଆରରେ ରଖିବାକୁ ଉଭୟ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା କ୍ଷମତା ଯୁଦ୍ଧ ଚାଲିଛି। ଏହି କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବା ବେଳେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରି ପାରିବେନି ବୋଲି ରାୟ ପ୍ରକାଶ କରିଥିଲେ। ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର। ଫଳରେ ଏହି ବିବାଦର ସମାଧାନ ହେବା ପରିବର୍ତ୍ତେ ତାହା ଦିନକୁ ଦିନ ବିବାଦୀୟ ରୂପ ଧାରଣ କରୁଛି। 

Delhi Supreme Court AAP