Advertisment

'ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା, କ୍ଷମା ପ୍ରାର୍ଥନାର ଆକାର ସମାନ କି?'

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଆଜି ପୁଣି ଥରେ ରାମଦେବ ଓ ଆଚର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

SC on Ramdev

SC on Ramdev

Advertisment

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଥମୁନି ଅଡୁଆ। ଏହି ମାମଲାରେ ଆଜି ପୁଣି ଥରେ ରାମଦେବ ଓ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ତେବେ ଶୁଣାଣି ବେଳେ ଆଜି ମଧ୍ୟ ସୁପ୍ରିମକୋର୍ଟ ଏମାନଙ୍କ ଉପରେ ବର୍ଷିଛନ୍ତି। ପତଞ୍ଜଳି ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

Advertisment

ଜଷ୍ଟିସ୍‌ ହିମା କୋହଲି ଓ ଜଷ୍ଟିସ ଅମନାତୁହ୍ଲାଙ୍କ ଖଣ୍ଡପୀଠ ପୂର୍ବ ଶୁଣାଣି ବେଳେ ବାବା ରାମେଦବ ଓ ବାଳକୃଷ୍ଣଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ। ତେବେ ଡେଡ୍ ଲାଇନ୍‌ ସରିବାର ଦିନକ ପୂର୍ବରୁ ପତଞ୍ଜଳି ତରଫରୁ କ୍ଷମା ପ୍ରାର୍ଥନା ପ୍ରକାଶିତ କରାଯିବାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି। ଶୁଣାଣିର ଠିକ୍‌ ଦିନକ ପୂର୍ବରୁ କାହିଁକି କ୍ଷମା ପ୍ରାର୍ଥନା ପ୍ରକାଶିତ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଛନ୍ତି। 

ଏହାର ଉତ୍ତରରେ ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି। ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା। ଏଥିରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ସାମ୍ବାଦିକ ସମ୍ମିଳନୀ କରିବା ଓ ବିଜ୍ଞାପନରେ ଭୁଲ୍‌ ଦାବି କରିବାକୁ ନେଇ ପତଞ୍ଜଳି କ୍ଷମା ମାଗିଛି। ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ। ଭବିଷ୍ୟତରେ ଏଭଳି ଭୁଲ୍‌ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି।

Advertisment

ତେବେ ଏହି କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି। ପତଞ୍ଜଳି କ୍ଷମା ପ୍ରାର୍ଥନାର ବିଜ୍ଞାପନକୁ ପୁଣି ଥରେ ବଡ ସାଇଜ୍‌ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ରାମଦେବ ଏବଂ ବାଳକୃଷ୍ଣଙ୍କୁ ଏପ୍ରିଲ ୩୦ରେ ପୁନର୍ବାର ହାଜର ହେବାକୁ କହିଛନ୍ତି।

Supreme Court Baba Ramdev Patanjali Ads Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe