Advertisment

ବିଲକିସ୍‌ ବାନୋଙ୍କ ପାଇଁ ନ୍ୟାୟ ଆଶା ଉଜ୍ଜଳ: ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ସୁପ୍ରିମକୋର୍ଟ ରାଜି

ପୂର୍ବରୁ ସେହି ସୁପ୍ରିମକୋର୍ଟରୁ ନିରାଶ ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ ପୁଣି ଥରେ ନ୍ୟାୟ ପାଇବାର ଆଶା ଉଜ୍ଜୀବିତ ହୋଇଛି।

Bilkis Bano

Bilkis Bano

Advertisment

୨୦୦୨ରେ ଗୁଜରାଟର ଗୋଧ୍ରା ଦଙ୍ଗା ସମୟରେ ଗ୍ୟାଙ୍ଗରେପ୍‌ର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ଶେଷରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପୂର୍ବରୁ ସେହି ସୁପ୍ରିମକୋର୍ଟରୁ ନିରାଶ ହୋଇଥିବା ବିଲକିସ୍ ବାନୋଙ୍କ ପାଇଁ ପୁଣି ଥରେ ନ୍ୟାୟ ପାଇବାର ଆଶା ଉଜ୍ଜୀବିତ ହୋଇଛି। ୨୦୦୨ରେ ବିଲକିସ୍‌ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଦଣ୍ଡକୋହଳ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବିଲକିସ୍ ବାନୋ। ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ତଥା ପ୍ରଧାନ ବିରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏମ ନରସିଂହ ଏବଂ ଜେବି ପର୍ଦ୍ଦିୱରଲାଙ୍କୁ ନେଇ ଗଠିତ୍ ବେଞ୍ଚ ବିଲକିସ୍‌ ବାନୋଙ୍କୁ ଆଶ୍ୱସନା ଦେଇଛନ୍ତି। ବିଲକିସ୍‌ ବାନୋଙ୍କ ପକ୍ଷରୁ ଶୋଭା ଗୁପ୍ତା ମାମଲା ପରିଚାଳନା କରୁଛନ୍ତି ।

Advertisment

ମାମଲାର ତୁରନ୍ତ ଶୁଣାଣି ଏବଂ ଏକ ନୂଆ ବେଞ୍ଚ ଗଠନ ପାଇଁ ଦାବି କରିଥିଲେ। ତେବେ ଆଡଭୋକେଟ ଶୋଭା ଗୁପ୍ତାଙ୍କୁ ଆଶ୍ୱସନା ଦେଇ ସିଜେଆଇ କହିଛନ୍ତି ଯେ, ମୁଁ ନିଶ୍ଚିତ ଭାବେ ବେଞ୍ଚ ଗଠନ କରିବି। ଆଜି ସନ୍ଧ୍ୟାରେ ମାମଲାକୁ ଅନୁଧ୍ୟାନ କରାଯିବ। ପୂର୍ବରୁ ସମାନ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଥିଲା। ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି (୧୯୯୨) ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା। ଏହା ପରେ, ଚଳିତ ବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରି ସେମାନଙ୍କୁ ଦଣ୍ଡରୁ ମୁକ୍ତ କରିଥିଲେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe