Advertisment

ରଦ୍ଦ ହେବ ଲାଇସେନ୍ସ: ପିଲା ଚୋରିକୁ ନେଇ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

ଅଭିଯୁକ୍ତକୁ ପୁତ୍ର ସନ୍ତାନର ଆବଶ୍ୟକ ଥିଲା ଓ ସେ ୪ ଲକ୍ଷ ଟଙ୍କା ଦେଇ ପୁଅ ପାଇଗଲେ।

SC

SC

Advertisment

ଯଦି କୌଣସି ହସ୍ପିଟାଲରୁ ନବଜାତ ନିଖୋଜ ହୋଇଯାଉଛନ୍ତି, ତା’ହେଲେ ପ୍ରଥମ ପଦକ୍ଷେପ ସ୍ୱରୂପ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ। ପିଲା ଚୋରି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଏପରି କହିଛନ୍ତି। ସେହିପରି ପିଲା ଚୋରିକୁ ରୋକିବା ପାଇଁ ସର୍ବୋଚ୍ଚ ଅଦାଲତ ବିସ୍ତୃତ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି।

Advertisment

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ପିଲା ଚୋରି ଘଟଣାରେ ଅଭିଯୁକ୍ତକୁ ମିଳିଥିବା ଜାମିନ ବିରୋଧୀ ଆବେଦନର ଶୁଣାଣି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେଇଥିବାରୁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଜାମିନ ଆବେଦନଗୁଡ଼ିକୁ ଅତ୍ୟନ୍ତ ନିର୍ଦ୍ଦିୟ ଭାବେ ବିଚାର କରାଯାଇଛି ଓ ଏବେ ଅନେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଏହି ଘଟଣାର ଅଭିଯୁକ୍ତମାନେ ସମାଜ ପାଇଁ ବିପଦ। ହାଇକୋର୍ଟ ଜାମିନ ଦେବା ବେଳେ ଅତି କମରେ ସର୍ତ୍ତ ଲାଗୁ କରିବା କଥା। ଅଭିଯୁକ୍ତକୁ ବାଧ୍ୟତାମୂଳକ ଭାବେ ପ୍ରତି ସପ୍ତାହରେ ଗୋଟିଏ ପୁଲିସ୍‌ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦେବା ଉଚିତ। ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କ ତଥ୍ୟକୁ ହଜାଇ ଦେଇଛି। ସେମାନଙ୍କୁ ଟ୍ରାକ୍‌ କରିବାରେ ପୁଲିସ୍‌ ବିଫଳ ହୋଇଥିବା ଖଣ୍ଡପୀଠ କହିଛନ୍ତି।

Advertisment

ଜଷ୍ଟିସ ପାର୍ଡିୱାଲା କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଯେଉଁ ଭଳି ମାମଲାକୁ ପରିଚାଳନା କରିଛନ୍ତି, ତା’କୁ ଦେଖି ଖଣ୍ଡପୀଠ ଅତ୍ୟନ୍ତ ନିରାଶ ଓ ହତାଶ। ଜାମିନ ବିରୋଧରେ ସରକାର କୌଣସି ଆବେଦନ କରି ନାହାନ୍ତି। ସରକାର ଘଟଣାରେ କୌଣସି ସମ୍ବେଦନଶୀଳତା ଦେଖାଇ ନାହାନ୍ତି। ଯାହା ଜଣାପଡ଼ୁଛି ଅଭିଯୁକ୍ତକୁ ପୁତ୍ର ସନ୍ତାନର ଆବଶ୍ୟକ ଥିଲା ଓ ସେ ୪ ଲକ୍ଷ ଟଙ୍କା ଦେଇ ପୁଅ ପାଇଗଲେ। ଯଦି ଆପଣ ପୁଅ ଚାହୁଁଛନ୍ତି, ତା’ହେଲେ ଆପଣ କେବେ ହେଲେ ବି ଚୋରା ଚାଲାଣାରେ ପିଲା ପାଇ ପାରିବେ ନାହିଁ। ଅଭିଯୁକ୍ତ ଭଲ ଭାବେ ଜାଣିଥିଲେ ଯେ ଶିଶୁ ପୁତ୍ରକୁ ଚୋରି କରି ଅଣାଯାଇଛି। ଏଥିପାଇଁ ସେ ୪ ଲକ୍ଷ ଟଙ୍କା ବି ଦେଇଛନ୍ତି।

ସୁପ୍ରିମକୋର୍ଟ ପିଲା ଚୋରି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏଥିସହ ସେମାନଙ୍କ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ଗୋଟିଏ ସପ୍ତାହ ମଧ୍ୟରେ ହେବ। ଯଦି କୌଣସି ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିବ, ତା’ହେଲେ ଟ୍ରାଏଲ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବେ। ଉପସ୍ଥିତ ଥିବା ସମସ୍ତ ଅଭିଯୁକ୍ତଙ୍କ ଶୁଣାଣି ହେବ ଓ ଏଥିରେ ଆଦୌ ବିଳମ୍ବ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ପାର୍ଡିୱାଲା କହିଛନ୍ତି ଯେ ରାୟରେ ଶିଶୁ ଚୋରା ଚାଲାଣ ଭଳି ଘଟଣାର ମୁକାବିଲା ପାଇଁ ବିସ୍ତୃତ ପ୍ରସ୍ତାବ ରହିଛି। ଦେଶର ସବୁ ରାଜ୍ୟ ସରକାରମାନେ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରନ୍ତୁ। ଶିଶୁ ଚୋରା ଚାଲାଣକୁ ନେଇ ପଡ଼ି ରହିଥିବା ସମସ୍ତ ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟଗୁଡ଼ିକ ପୁଲିସ୍‌କୁ ମାଗନ୍ତୁ। ଯଦି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ କୌଣସି ଅବହେଳା କରାଯାଏ, ତା’ହେଲେ ଏହାକୁ ଗୁରୁତ୍ୱର ସହ ନିଆଯିବ ଓ ଅଦାଲତ ଅବମାନନା ଭାବେ ବିଚାର କରାଯିବ।

ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରତି ସତର୍କ ରହିବା ଉଚିତ। ପିଲାଟି ପ୍ରାଣ ହରାଇବା ବେଳେ ବାପା ମା’ ଭୋଗୁଥିବା କଷ୍ଟ ଓ ଯନ୍ତ୍ରଣା ଠାରୁ ଶିଶୁ ଚୋରା ଚାଲାଣ ଗ୍ୟାଙ୍ଗ ଦ୍ୱାରା ପିଲା ଚୋରି ହେବାର କଷ୍ଟ ଓ ଯନ୍ତ୍ରଣା ଭିନ୍ନ। ଯେତେବେଳେ ଗୋଟିଏ ପିଲା ପ୍ରାଣ ହରାଉଛି ସେତେବେଳେ ସେ ଈଶ୍ୱରଙ୍କ ପାଖକୁ ଚାଲି ଯାଉଛି। କିନ୍ତୁ ଯେତେବେଳେ ଗୋଟିଏ ପିଲା ନିଖୋଜ ହୋଇଯାଉଛି ସେତେବେଳେ ତା’ର ଭାଗ୍ୟ ଚୋରା ଚାଲାଣରେ ସାମିଲ ଥିବା ଗ୍ୟାଙ୍ଗର ଇଚ୍ଛା ଅନୁସାରେ ନିର୍ଦ୍ଧାରିତ ହେଉଛି। ଯଦି କୌଣସି ହସ୍ପିଟାଲରୁ ନବଜାତ ନିଖୋଜ ହୋଇଯାଉଛନ୍ତି, ତା’ହେଲେ ଉକ୍ତ ହସ୍ପିଟାଲର ଲାଇସେନ୍ସକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଜଷ୍ଟିସ ପାର୍ଡିୱାଲା କହିଛନ୍ତି।

ପ୍ରତିବର୍ଷ ଦେଶରେ ପ୍ରାୟ ୨ ହଜାର ଶିଶୁ ଚୋରା ଚାଲାଣର ମାମଲା ଭାରତରେ ରୁଜୁ ହେଉଛି। ୨୦୨୨ରେ ଏହି ସଂଖ୍ୟା ୨୨୫୦ ରହିଥିଲା। ଅଧିକାଂଶ ପିଲା ଚୋରି ଘଟଣା ମହାରାଷ୍ଟ୍ର, ବିହାର ଓ ତେଲଙ୍ଗାନାରେ ଘଟୁଛି।

Supreme Court Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe