Advertisment

SC/STଙ୍କ ପାଇଁ ବଡ଼ ନିଷ୍ପତ୍ତି, କୋଟା ଭିତରେ କୋଟାକୁ ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Supreme Court

ଏଣିକି କୋଟା ଭିତରେ ମିଳିବ କୋଟା। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ଆଜି ସୁପ୍ରିମକୋର୍ଟ ଏଭଳି କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

Advertisment

ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ବହୁମତରେ ୬-୧ ଏହି ନିଷ୍ପତ୍ତି ଗ୍ରହଣ କରିଛି। 

୨୦୧୦ରେ ପଞ୍ଜାବରେ ବାଲ୍ମିକୀ ଏବଂ ମଜହବୀ ଶିଖ ଜାତିର ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର ଆଇନକୁ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଗୁରୁବାର ଏହି ଆବେଦନର ବିଚାର କରି ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏଭଳି କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

Advertisment

୨୦୦୫ ମସିହାରେ ଇଭି ଚିନ୍ନାୟା ମାମଲାରେ ଦିଆଯାଇଥିବା ୫ ଜଣ ବିଚାରପତିଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ୨୦୦୫ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଜନଜାତିରେ ଉପ ବର୍ଗ ସୃଷ୍ଟି ହୋଇପାରିବ ନାହିଁ। ଏବେ କିନ୍ତୁ କୋର୍ଟ ନିଜର ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି।

ଜଷ୍ଟିସ ବି.ଆର ଗବାଇ କହିଛନ୍ତି ଯେ ଇଭି ଚିନ୍ନାୟା ରାୟ ମାମଲାରେ କିଛି ତ୍ରୁଟି ରହିଛି। ଏଠାରେ ଧାରା ୩୪୧କୁ ବୁଝିବାର ଆବଶ୍ୟକତା ଅଛି। ଯାହା ସିଟ୍ ଉପରେ ସଂରକ୍ଷଣ ବିଷୟରେ କହିଥାଏ। ଧାରା ୩୪୧ ଏବଂ ୩୪୨ ସଂରକ୍ଷଣ ପ୍ରସଙ୍ଗ ସହିତ ଜଡିତ ନୁହେଁ। କୋଟା ଭିତରେ କୋଟା ସମାନତା ବିରୋଧୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହଛନ୍ତି।

ଏସସି/ଏସଟି ବର୍ଗରେ ଅନେକ ଜାତି ଅଛନ୍ତି, ଯେଉଁମାନେ ବହୁତ ପଛୁଆ। ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯେଉଁ ଜାତିକୁ ସଂରକ୍ଷଣରେ ପୃଥକ ଅଂଶ ଦିଆଯାଉଛି, ସେହି ଜାତିର ପଛୁଆବର୍ଗର ପ୍ରମାଣ ରହିବା ଉଚିତ। 

ଅଧିକ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ଜାତିର ଉପସ୍ଥିତି ଉପରେ ଏହାକୁ ଆଧାର କରିବା ଭୁଲ ହେବ। ଅନୁସୂଚିତ ଜାତି ବର୍ଗ ସମାନ ନୁହେଁ। କେତେକ ଜାତି ଅଧିକ ପଛୁଆ ରହିଛନ୍ତି। ସେମାନଙ୍କୁ ଏକ ସୁଯୋଗ ଦେବା ଠିକ। ସେମାନଙ୍କୁ ମଧ୍ୟ ସଂରକ୍ଷଣ ଲାଭ ମିଳିବା ଉଚିତ ବୋଲି କୋର୍ଟ କହିଛନ୍ତି।

କୋଟା ଭିତରେ କୋଟା କ'ଣ?

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ସଂରକ୍ଷଣ ପାଇଁ ଉପ-ବର୍ଗୀକରଣ ବା ସବ୍‌ କ୍ୟାଟେଗୋରୀକୁ “କୋଟା ଭିତରେ କୋଟା” କୁହାଯାଏ। ଏହାର ଅର୍ଥ, ଯଦି ଗୋଟିଏ ସମ୍ପ୍ରଦାୟ କିମ୍ବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦିଆଯାଉଛି, ତେବେ ସେହି ବର୍ଗର ସବ୍‌ କ୍ୟାଟେଗୋରୀ କରି ସେମାନଙ୍କ ମଧ୍ୟରେ ସଂରକ୍ଷିତ ସିଟ୍ ବଣ୍ଟନ କରିବା। ଉଦାହରଣ ସ୍ୱରୂପ, ଯଦି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ୧୫ ପ୍ରତିଶତରେ ସ୍ଥିର ହୋଇଛି, ତେବେ ଏହି ବର୍ଗରେ ଅନ୍ତର୍ଭୁକ୍ତ ଜାତି ଏବଂ ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ପଛୁଆବର୍ଗ ଆଧାରରେ ୧୫ ପ୍ରତିଶତରୁ ହିଁ ବିଭିନ୍ନ ସଂରକ୍ଷଣ ପ୍ରଦାନ କରିବା। 

Supreme Court SC/ST Reservation Quota Within Quota