Advertisment

ଇଭିଏମ ଓ ଭିଭିପ୍ୟାଟ ଝାମେଲା: ଶୁକ୍ରବାର ଆସିବ ସୁପ୍ରିମ ରାୟ

ଆସନ୍ତାକାଲି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୮୮ଟି ଲୋକସଭା ଆସନରେ ଭୋଟିଂ ହେବ। ଭୋଟିଂ ଦିନ ହିଁ ସୁପ୍ରିମକୋର୍ଟ ଇଭିଏମ ବିବାଦ ଉପରେ ରାୟ ପ୍ରକାଶ କରିବେ।

author-image
Hemant Lenka
EVM

EVM

ଇଭିଏମ ବା ବୈଦ୍ୟୁତିକ ମତଦାନ ଯନ୍ତ୍ର ଦ୍ୱାରା ହେଉଥିବା ଭୋଟ ସହ ଭିଭିପ୍ୟାଟ ସିଷ୍ଟମ ଦ୍ୱାରା ଦୃଶ୍ୟମାନ ହେଉଥିବା କାଗଜ ଖଣ୍ଡର ପୁନଃ ଯାଞ୍ଚ କରି ନିର୍ବାଚନ ରେଜଲ୍ଟ ପ୍ରକାଶ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ଆସନ୍ତାକାଲି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ।

Advertisment

ଆସନ୍ତାକାଲି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୮୮ଟି ଲୋକସଭା ଆସନରେ ଭୋଟିଂ ହେବ। ଭୋଟିଂ ଦିନ ହିଁ ସୁପ୍ରିମକୋର୍ଟ ଇଭିଏମ ବିବାଦ ଉପରେ ରାୟ ପ୍ରକାଶ କରିବେ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆସନ୍ତାକାଲି ପ୍ରାୟ ଦିନ ୧୦.୩୦ରେ ରାୟ ଶୁଣାଇବେ। ଏହାପୂର୍ବରୁ ଖଣ୍ଡପୀଠ ଏହା ଉପରେ ବିସ୍ତୃତ ଶୁଣାଣି କରିଥିଲେ। ବୁଧବାର ଶୁଣାଣି ସମୟରେ ନିର୍ବାଚନ କମିଶନଙ୍କ ଜଣେ ବରିଷ୍ଠ ଅଧିକାରୀ ଆସି ସୁପ୍ରିମକୋର୍ଟଙ୍କୁ ଇଭିଏମ ଓ ଭିଭିପ୍ୟାଟକୁ ନେଇ ଉଠିଥିବା ସବୁ ପ୍ରଶ୍ନର ଉତ୍ତର ବୁଝାଇଥିଲେ। ଏହାପରେ ନିର୍ବାଚନକୁ ନିୟନ୍ତ୍ରଣ କରିବା ଅସମ୍ଭବ ବୋଲି ଖଣ୍ଡପୀଠ କହିଥିଲେ।

Advertisment

ବୁଧବାର ରାୟ ସଂରକ୍ଷିତ ରଖି ଖଣ୍ଡପୀଠ କହିଥିଲେ ଯେ ସନ୍ଦେହ ଆଧାରରେ ଆମେ ନିର୍ଦ୍ଦେଶ ଜାରି କରିପାରିବୁ ନାହିଁ। ଆମେ ନିର୍ବାଚନ ନିୟନ୍ତ୍ରଣକାରୀ ପ୍ରାଧିକରଣ ନୁହଁ। ଆବେଦନକାରୀ ଯେଉଁ ରିପୋର୍ଟ ଉପରେ ଭରସା କରୁଛନ୍ତି, ସେଥିରେ ଏପର୍ଯ୍ୟନ୍ତ କୌଣସି ହ୍ୟାକିଂ ଘଟଣା ସମ୍ପର୍କରେ କୁହାଯାଇ ନାହିଁ। ନିର୍ବାଚନଶ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା। ଆମେ କୌଣସି ସାମ୍ବିଧାନିକ ସଂସ୍ଥାକୁ ନିୟନ୍ତ୍ରଣ କରିପାରିବୁ ନାହୁଁ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ VVPAT କଥା ଯାଞ୍ଚ କରିବା କଥା କୁହାଯାଇଥିଲା। ଏହାକୁ ପାଳନ କରାଯାଉଛି। କିନ୍ତୁ ସମସ୍ତ ସ୍ଲିପର ମେଳ କରିବା ଉଚିତ୍ ବୋଲି କେଉଁଠାରେ କୁହାଯାଇଛି ବୋଲି କୋର୍ଟ ଓଲଟି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ।

ଏଥିସହ ନିର୍ବାଚନ ଅଧିକାରୀ ଇଭିଏମ୍‌ ଓ ଭିଭିପାଟ୍‌କୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ଆମେ ଆପଣଙ୍କର ଚିନ୍ତାଧାରାକୁ ବଦଳାଇ ପାରିବୁ ନାହିଁ। ସନ୍ଦେହ ଆଧାରରେ ଆମେ କୌଣସି ନିର୍ଦ୍ଦେଶ ଜାରି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

EVM Lok Sabha Election 2024 Supreme Court VVPAT