Advertisment

ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ: ସତ୍ୟପାଠ ଦେବାକୁ ସାଂସଦଙ୍କୁ ନିର୍ଦ୍ଦେଶ

ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନକାରୀଙ୍କ ମଧ୍ୟରେ ଲୋନ ରହିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାର ଲୋନଙ୍କ ପୁରୁଣା କାରନାମା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

Lone

Lone

Advertisment

ନ୍ୟାଶନାଲ କନଫରେନ୍ସର ସାଂସଦ ମହମ୍ମଦ ଅକବର ଲୋନଙ୍କୁ ସୁପ୍ରିମକୋର୍ଟ ଆଜି ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଭାରତର ସମ୍ବିଧାନକୁ ସେ ମାନନ୍ତି ଓ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ବୋଲି ସ୍ୱୀକାର କରି ସାଂସଦ ଲୋନ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ବିରୋଧରେ ଚାଲିଥିବା ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment

ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନକାରୀଙ୍କ ମଧ୍ୟରେ ଲୋନ ରହିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାର ଲୋନଙ୍କ ପୁରୁଣା କାରନାମା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

ଜମ୍ମୁ-କଶ୍ମୀର ବିଧାନସଭା ଭିତରେ ସେ ଏକଦା ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିଲେ। ସେ ୨୦୦୨ରୁ ୨୦୧୮ ଯାଏ ବିଧାୟକ ଥିବା ବେଳେ ଏପରି ଘଟଣା ଘଟିଥିଲା ବୋଲି କେନ୍ଦ୍ର ସରକାର କହିଥିଲେ।

Advertisment

ବାସ ଏକଥା ଶୁଣି ଲୋନଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଲୋନ ନିଃସର୍ତ୍ତ ଭାବେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ବୋଲି ସ୍ୱୀକାର କରନ୍ତୁ ବୋଲି ମଧ୍ୟ ସିଜେଆଇ କହିଥିଲେ।

ଲୋନ ମଙ୍ଗଳବାର ସୁଦ୍ଧା ୫ ଜଣିଆ ଖଣ୍ଡପୀଠଙ୍କ ନିକଟରେ ସତ୍ୟପାଠ ଦାଖଲ କରିବେ ବୋଲି ଶିବଲ କହିଛନ୍ତି। ସେ କହିଛନ୍ତି, “ଯଦି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋନ ସତ୍ୟପାଠ ଦାଖଲ ନ କରିବେ, ତା’ହେଲେ ମୁଁ ଆଉ ତାଙ୍କ ମାମଲା ଲଢ଼ିବି ନାହିଁ। ସେ ଜଣେ ଲୋକସଭା ସାଂସଦ। ସେ ଭାରତର ନାଗରିକ ଓ ସମ୍ବିଧାନକୁ ଛୁଇଁ ନିଜର ଦାୟିତ୍ୱ ନେଇଛନ୍ତି। ସେ ଭାରତର ସାର୍ବଭୌମତ୍ୱକୁ ଗ୍ରହଣ କରିଛନ୍ତି।”

ଧାରା ୩୭୦ ଉଚ୍ଛେଦ ବିରୋଧରେ ଚାଲିଥିବା ଶୁଣାଣିର ୧୫ତମ ଦିନରେ କେନ୍ଦ୍ର ସରକାର ପାକ ସପକ୍ଷବାଦୀ ନାରା ପାଇଁ ଲୋନ କ୍ଷମା ମାଗିବା ଉଚିତ ବୋଲି ଖଣ୍ଡପୀଠଙ୍କ ଆଗରେ ଯୁକ୍ତି ରଖିଥିଲେ। ଏହାପରେ ସୁପ୍ରିମକୋର୍ଟ କପିଲ ଶିବଲଙ୍କ ଜରିଆରେ ଲୋନଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

Jammu Kashmir Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe