ଗ୍ରାହାମ ଷ୍ଟେନ୍ସ ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ମୁକ୍ତି ଆବେଦନ ଉପରେ ଜବାବ ମାଗିଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପରିବାର ସହ ଗ୍ରାହାମ ଷ୍ଟେନ୍ସ ।

  • Published: Wednesday, 10 July 2024
  • , Updated: 10 July 2024, 09:08 AM IST

ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କାରଣ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଗତ ୨୪ ବର୍ଷ ହେଲା ଜେଲ୍ ଜୀବନ କାଟିଥିବାରୁ ସେ ମୁକ୍ତି ଆବେଦନ କରିଛି । ତେଣୁ ତାର ମୁକ୍ତି ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି ଦାରା ସିଂହର ଓକିଲ ବିଷ୍ଣୁ ଶଙ୍କର ଜୈନ।

୧୯୯୯ରେ ଅଷ୍ଟ୍ରେଲିଆର ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ସିଂ। କେନ୍ଦୁଝର ଜିଲ୍ଲା ମନୋହରପୁରରେ ଗ୍ରାହାମ ଷ୍ଟେନ୍ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିଛି। ଗତ ୨୪ ବର୍ଷ ୫ ମାସ ହେଲା କେନ୍ଦୁଝର ଜେଲରେ ସଜା କାଟୁଛି ୬୦ ବର୍ଷିୟ ଦାରା ସିଂ। ଏତେଦିନ ଧରି ଦାରା ସିଂ ଜେଲରେ ଥିବାରୁ ତା’ର ଆଚରଣ କ’ଣ ରହିଛି ? ସେ ଜେଲରୁ ମୁକୁଳିଲେ କୌଣସି ପକ୍ଷ ପାଇଁ ବିପଦ ହେବ କି ? ଏସବୁ ଦିଗକୁ ନେଇ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

Related story