Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।

author-image
Madhupriya Mistry
SC on Kolkata Case

SC on Kolkata Case

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ।

Advertisment

ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ମାମଲାରେ ସମସ୍ତ ତଥ୍ୟ ମଗାଇ ଏହାର ଅନୁଧ୍ୟାନ କରିଛନ୍ତି। ଏହି ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଦୁଇ ଦିନ ତଳେ ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।

ଅଗଷ୍ଟ ୯ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ସପ୍ତାହେ ବ୍ୟାପୀ ଏନେଇ ଡାକ୍ତରମାନଙ୍କ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଜାର ରହିଥିବା ବେଳେ ଆଜି ଏହା ଉପରେ ଶୁଣାଣି ହେବ।

Advertisment

ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ। ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି। କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି-CFSLର ୫ ଜଣିଆ ଟିମ୍।

ଅନ୍ୟପଟେ ମୃତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଛାତିଥରା ତଥ୍ୟ ମିଳିଛି। ତାଙ୍କ ଶରୀର ସାରା ୧୬ଟି କ୍ଷତ ଥିବା ଜଣାପଡିଛି। ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରେ ଏହି ସବୁ କ୍ଷତ ଚିହ୍ନ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା ହୋଇଛି।

Supreme Court Kolkata Rape-Murder Case