Advertisment

ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲ ନିରାଶ, ଜେଲ୍‌ରେ ରହିବେ

ଗତକାଲି କେଜ୍ରିଓ୍ୱାଲ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

author-image
Madhupriya Mistry
Supreme Court and Kejriwal

Supreme Court and Kejriwal

ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ଅରବିନ୍ଦ କେଜ୍ରିୱାଲ ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ବଡ଼ ଝଟ୍‌କା ଲାଗିଛି।

Advertisment

ମଙ୍ଗଳବାର ଦିନ ନିଜର ଗିରଫଦାରୀକୁ ବିରୋଧ କରି ଓ ନ୍ୟାୟିକ ହେପାଜତକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନରୁ ଦିଲ୍ଲୀ ହାଇକୋର୍ଟ ଓ ବୁଧବାର ଦିନ ଓକିଲଙ୍କୁ ଭେଟିବା ଦାବିରେ ରାଉସ୍ ଆଭେନ୍ୟୁ କୋର୍ଟରୁ ସେ ନିରାଶ ହୋଇଥିଲେ। ଏବେ ସୁପ୍ରିମକୋର୍ଟରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ଫଳରେ ସେ ଜେଲ୍‌ରୁ ବାହାରିବା ମୁସକିଲ ହୋଇପଡିଛି।

ଗତକାଲି କେଜ୍ରିଓ୍ୱାଲ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ କେଜ୍ରିଓ୍ୱାଲଙ୍କ ଏହି ଆବେଦନର ତୁରନ୍ତ ଶୁଣାଣି ସୁପ୍ରିମକୋର୍ଟରେ ହୋଇପାରିବ ନାହିଁ। ଏବେ କେଜ୍ରିଓ୍ୱାଲଙ୍କୁ ଶୁଣାଣି ପାଇଁ ଏକ ସପ୍ତାହେ ଅପେକ୍ଷା କରିବାକୁ ପଡିବ।

Advertisment

ପ୍ରକୃତରେ, ଗୁରୁବାର ଦିନ ଇଦ୍, ଶୁକ୍ରବାର ଦିନ ସ୍ଥାନୀୟ ଛୁଟି ଏବଂ ତା’ପରେ ଶନିବାର-ରବିବାର ଛୁଟି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସୁପ୍ରିମକୋର୍ଟରେ କୌଣସି ସ୍ୱତନ୍ତ୍ର ବେଞ୍ଚ ଗଠନ ହେବ ନାହିଁ କିମ୍ବା ସୋମବାର ପୂର୍ବରୁ ଶୁଣାଣି ହେବାର କୌଣସି ସମ୍ଭାବନା ନାହିଁ। ବର୍ତ୍ତମାନ ସୋମବାର ଦିନ ଶୁଣାଣି ହେବ ବୋଲି ଆଶା କରାଯାଉଛି। 

ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଓ ନ୍ୟାୟିକ ହେପାଜତକୁ ବୈଧ ବୋଲି ରୁଲିଂ ଦେଇଥିଲେ। ଏଥିସହ ତାଙ୍କ ଦଲିଲଗୁଡିକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ବୁଧବାର ସକାଳେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଓକିଲଙ୍କ ସମ୍ବନ୍ଧୀୟ ଦ୍ୱିତୀୟ ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପ୍ତାହରେ ୫ଥର ନିଜ ଓକିଲଙ୍କୁ ଭେଟିବାକୁ ଦାବି କରିଥିଲେ। ଏହା ଖାରଜ ହେବା ପରେ ବର୍ତ୍ତମାନ କେଜ୍ରିୱାଲ ସପ୍ତାହରେ ଦୁଇଥର ତାଙ୍କ ଓକିଲଙ୍କୁ ଭେଟି ପାରିବେ।

Arvind Kejriwal Supreme Court Delhi Liquor Policy Scam