Advertisment

ସଙ୍କଳ୍ପ ଆଣିଦେଲା ସଫଳତା; ପ୍ରଥମ ଉଦ୍ୟମରେ UPSC କ୍ଲିଅର କଲେ ଦିବ୍ୟାଙ୍ଗ ସୂରଜ

ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିବା ବ୍ୟକ୍ତିଙ୍କର କେବେ ହାର ହୁଏ ନାହିଁ। ଏହା ସୂରଜ ପ୍ରମାଣିତ କରିଥିବା ବେଳେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସେ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।

ଅଦ୍ୟତନ ହୋଇଛି
Suraj

Suraj

Advertisment

ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ଦୃଢ ସଙ୍କଳ୍ପ ଥିଲେ ଗିରି ଲଘିଂବା ଅସମ୍ଭବ ନୁହେଁ। ନିଜ ଧୈର୍ଯ୍ୟ, ପରିଶ୍ରମ ଓ ସଙ୍କଳ୍ପ ଦ୍ୱାରା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳର ସୂରଜ ତିୱାରୀ। ଏକ ଟ୍ରେନ୍‌ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ଓ ଗୋଟିଏ ହାତ ହରାଇଥିବା ସୂରଜ ପ୍ରଥମ ପ୍ରୟାସରେ UPSC ସିଭିଲ ସର୍ଭିସେସ ପରୀକ୍ଷାରେ ସଫଳତା ପାଇଛନ୍ତି। ମାତ୍ର ୩ଟି ଆଙ୍ଗୁଠି ଭରସାରେ ହିଁ ସେ ଏହି ସର୍ବ ଭାରତୀୟ ପରୀକ୍ଷା ଦେବା ସହ ଲକ୍ଷ ଲକ୍ଷ ଆଶାୟୀଙ୍କ ମଧ୍ୟରେ ୯୧୭ ରାଙ୍କ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିବା ବ୍ୟକ୍ତିଙ୍କର କେବେ ହାର ହୁଏ ନାହିଁ। ଏହା ସୂରଜ ପ୍ରମାଣିତ କରିଥିବା ବେଳେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଅନ୍ୟ ଆଶାୟୀଙ୍କ ପାଇଁ ସେ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।

ସୂରଜଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ବେଳେ ତାଙ୍କ ବାପାଙ୍କର ଏକ ଟେଲରିଂ ଦୋକାନ ଅଛି। ଦୁଃଖେକଷ୍ଟେ ପରିବାର ଚଳୁ ଥିବା ବେଳେ ୨୦୧୭ ମସିହାରେ ସମଗ୍ର ପରିବାର ଉପରେ କଳାବାଦଲ ଘୋଟି ଆସିଥିଲା। ଉକ୍ତ ବର୍ଷ ଏକ ଟ୍ରେନ୍‌ ଦୁର୍ଘଟଣାରେ ସୂରଜ ନିଜର ୨ ଗୋଡ଼ ଓ ଏକ ହାତ ହରାଇଥିଲେ। ୪ ମାସ କାଳ ମେଡିକାଲରେ ପଡ଼ିବା ପରେ ସେ ଘରକୁ ଫେରିଥିଲେ। ତାଙ୍କର ଏହି ଅବସ୍ଥା ଦେଖି ପୂରା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଦୁଃଖ ଏତିକିରେ ପିଛା ଛାଡ଼ି ନଥିଲା। ସୂରଜଙ୍କ ସାନ ଭାଇଙ୍କର ଅକାଳ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସମଗ୍ର ପରିବାର ସଦସ୍ୟ ପୂରାପୂରି ନିସ୍ତବ୍ଧ ହୋଇ ପଡ଼ିଥିଲେ।

Advertisment

ଚାରିପଟେ ଘୋର ଅନ୍ଧକାର ସତ୍ତ୍ୱେ ସୂରଜ ପରିବାରର ସାହାରା ପାଲଟିବାକୁ ଶପଥ ନେଇଥିଲେ। ଏଥିପାଇଁ ସେ କଠିନ ପରିଶ୍ରମ ଆରମ୍ଭ କରିଦେଲେ। ଦିନକୁ ପ୍ରାୟ ୧୮ ଘଣ୍ଟା ପରିଶ୍ରମ କରୁଥିବା ସୂରଜ ୟୁପିଏସ୍‌ସି ପରୀକ୍ଷା ପାଇଁ କୌଣସି ପ୍ରକା କୋଚିଂ ନେଉ ନ ଥିଲେ। ନିଜେ ଘରେ ପଢ଼ି ହିଁ ସେ ଏହି ସଫଳତା ହାସଲ କରି ପାରିଛନ୍ତି।

ଚଳିତ ବର୍ଷ ସେ ପ୍ରଥମ ଥର ପରୀକ୍ଷା ଦେଇଥିବା ବେଳେ ରାଙ୍କ ହାସଲ କରି ବେଶ୍‌ ଖୁସି ଅଛନ୍ତି। ପୁଅ ଖୁସିରେ ପରିବାର ସଦସ୍ୟ ଖୁସି ଥିବା ବେଳେ ସୂରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଟ୍ୱିଟ କରି ସୂରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଛନ୍ତି।

UPSC Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe