Advertisment

କେମିକାଲ ପ୍ଲାଣ୍ଟରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ, ୨୪ ଘଣ୍ଟା ପରେ ମିଳିଲା କଙ୍କାଳ

୨୪ ଘଣ୍ଟା ପରେ କେମିକାଲ ପ୍ଲାଣ୍ଟ ଭିତରୁ ନିଖୋଜ ୭ ଜଣଙ୍କ କଙ୍କାଳ ଉଦ୍ଧାର ହୋଇଛି। ସମସ୍ତେ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି।

author-image
Madhupriya Mistry
Chemical Plant Fire Explosion

Chemical Plant Fire Explosion

କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁ ହୁ ଜଳିଗଲା କେମିକାଲ ପ୍ଲାଣ୍ଟ। ନିଆଁ ଲାଗିବା ଫଳରେ ୭ଜଣ ଜୀବନ୍ତ ଜଳି ଯାଇଛନ୍ତି। ଘଟଣାର ଦିନକ ପରେ ଏମାନଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଗୁଜରାଟର ସୁରଟରେ।

Advertisment

ସୂଚନା ମୁତାବକ, ସୁରଟର ଅଥର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର କେମିକାଲ ପ୍ଲାଣ୍ଟରେ ବୁଧବାର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣା ପରେ ୭ ଜଣ ନିଖୋଜ ଥିଲେ। ତେବେ ୨୪ ଘଣ୍ଟା ପରେ ଆଜି କେମିକାଲ ପ୍ଲାଣ୍ଟ ଭିତରୁ ନିଖୋଜ ୭ ଜଣଙ୍କ କଙ୍କାଳ ଉଦ୍ଧାର ହୋଇଛି। ସମସ୍ତେ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି। ମୃତ ସାତ ଜଣଙ୍କ ମଧ୍ୟରୁ ଜଣେ କମ୍ପାନୀର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୬ଜଣ କଣ୍ଟ୍ରାକ୍ଟର ଥିବା ଜଣାପଡିଛି।

ଜିଲ୍ଲାପାଳଙ୍କ କହିବା ମୁତାବକ, ଆଜି ଫ୍ୟାକ୍ଟ୍ରି ପରିସରରେ ତଲାସୀ ଅଭିଜାନ ଚାଲିଥିବା ବେଳେ ୭ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏମାନେ ସମସ୍ତେ ବୁଧବାର ନିଖୋଜ ଥିଲେ। ସେପଟେ ପ୍ଲାଣ୍ଟରେ ନିଆଁ ଲାଗି ଆହତ ହୋଇଥିବା ୨୪ ଜଣଙ୍କ ବର୍ତ୍ତମାନ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।

Advertisment

ଅଗ୍ନିଶମ ଅଧିକାରୀଙ୍କ କହିବା ମୁତାବକ, ବୁଧବାର ବିଳମ୍ବିତରେ ଉକ୍ତ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ଲାଣ୍ଟରେ ରଖାଯାଇଥିବା ଏକ ବଡ଼ ଟ୍ୟାଙ୍କରୁ କିଛି ରାସାୟନିକ ପଦାର୍ଥ ନିର୍ଗତ ହେବା ଯୋଗୁ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପ୍ରାୟ ୧୫ଟି ଗାଡ଼ି ନିୟୋଜିତ କରାଯାଇଥିଲା। ଦୀର୍ଘ ୯ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି ବୋଲି ସେ କହିଛନ୍ତି।

Blast In Chemical Plant Surat