Advertisment

Betting App Case: ସୁରେଶ ରାଇନା ଓ ଶିଖର ଧୱନଙ୍କ ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

ଇଡି ପକ୍ଷରୁ 1x ବେଟିଂ ମାମଲାର ତଦନ୍ତ କରାଯାଉଛି। ଏହି ମାମଲାରେ ଉଭୟ କ୍ରିକେଟରଙ୍କୁ ଇଡି ଜେରା କରିଥିଲା। । ମିଚ୍ୟୁଆଲ ଫଣ୍ଡରେ ରାଇନାଙ୍କ ନାଁରେ ଥିବା ୬.୬୪ କୋଟି ଓ ଧୱନଙ୍କ ନାଁରେ ଥିବା ୪.୫ କୋଟି ଟଙ୍କାର ସ୍ଥାବନ ସମ୍ପତ୍ତିକୁ ଇଡି ପ୍ରଥମ ପର୍ଯ୍ୟାୟରେ ଆଟାଚ କରିଛି।

Raina

ରାଇନା ଓ ଧୱନ (ଫାଇଲ ଫଟୋ)

Advertisment

ଟିମ ଇଣ୍ଡିଆର ଦୁଇ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ଶିଖର ଧୱନଙ୍କୁ ବଡ଼ ଝଟକା। ଉଭୟଙ୍କ ୧୧.୧୪ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବେଟିଂ ଫ୍ଲାଟଫର୍ମ(Betting APP) ମାମଲାରେ ଦୁଇ ପୂର୍ବତନ କ୍ରିକେଟରଙ୍କ ବିରୋଧରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଇଡି ପକ୍ଷରୁ 1x ବେଟିଂ ମାମଲାର ତଦନ୍ତ କରାଯାଉଛି। ଏହି ମାମଲାରେ ଉଭୟ କ୍ରିକେଟରଙ୍କୁ ଇଡି ଜେରା କରିଥିଲା। ଏହାପରେ ଆଜି ସେମାନଙ୍କ ସମ୍ପତ୍ତି ଆଟାଚ ହୋଇଛି। ମିଚ୍ୟୁଆଲ ଫଣ୍ଡରେ ରାଇନାଙ୍କ ନାଁରେ ଥିବା ୬.୬୪ କୋଟି ଓ ଧୱନଙ୍କ ନାଁରେ ଥିବା ୪.୫ କୋଟି ଟଙ୍କାର ସ୍ଥାବନ ସମ୍ପତ୍ତିକୁ ଇଡି ପ୍ରଥମ ପର୍ଯ୍ୟାୟରେ ଆଟାଚ କରିଛି। 

ଜଣେ ଅଧିକାରୀ କହିଛନ୍ତି, “1xBet ଓ ଏହା ସହ ଜଡ଼ିତ 1xBat ଓ 1xBat ସ୍ପୋର୍ଟିଂ ଲାଇନ୍ସ ଜରିଆରେ ହୋଇଥିବା ବେଆଇନ ଆର୍ଥିକ କାରବାର ତଦନ୍ତର ଅଂଶବିଶେଷ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭିନ୍ନ ରାଜ୍ୟର ପୁଲିସ୍‌ ପକ୍ଷରୁ ବେଟିଂ ଆପକୁ ନେଇ ଏକାଧିକ ଏଫଆଇଆର ରୁଜୁ ହୋଇଥିଲା। ଏହି ଆପ୍‌ ଗୁଡ଼ିକ ଅନାଧିକୃତ ବେଟିଂ କାର୍ଯ୍ୟକଳାପ ଦ୍ୱାରା ଭାରତୀୟଙ୍କୁ ନିଜ ଜାଲରେ ଫସାଉଥିଲେ। ତେଣୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା।”

Advertisment

ଇଡିର କହିବା କଥା ଉଭୟ ରାଇନା(Suresh Raina) ଓ ଧୱନ(Shikhar Dhawan) ବିଦେଶୀ ସଂସ୍ଥାଙ୍କ ସହ ମିଶି 1xବେଟ ଅଧୀନରେ ଥିବା କମ୍ପାନୀର ପ୍ରଚାର ପ୍ରସାର ପାଇଁ ଡିଲ୍‌ କରିଥିଲେ। ଏଥିପାଇଁ ସେମାନଙ୍କୁ ବିଦେଶୀରୁ ଟଙ୍କା ମିଳିଥିଲା। ବେଟିଂ ଦ୍ୱାରା ଲୋକଙ୍କୁ ଲୁଟ କରାଯାଉଥିଲା ଓ ଏହି ଟଙ୍କା ବିଦେଶକୁ ଯାଉଥିଲା। ଏହାପରେ ସେହି ଟଙ୍କାରୁ କିଛି ଅଂଶ ରାଇନା ଓ ଧୱନଙ୍କ ପାଖକୁ ଆସିଥିଲା। 

ତଦନ୍ତ ବେଳେ ଏଜେନ୍ସି ଜାଣିବାକୁ ପାଇଛି ଯେ 1xBet ବିରାଟକାୟ ବେଟିଂ ନେଟୱର୍କ ୬ ହଜାର ନକଲି ଆକାଉଣ୍ଟ ଦ୍ୱାରା ପରିଚାଳନା କରାଯାଉଥିଲା। ବେଟିଂ ଆପର ବ୍ୟବହାର କରୁଥିବା ଲୋକଙ୍କ ଠାରୁ ବିଭିନ୍ନ ନେଣଦେଣ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା ସଂଗ୍ରହ କରାଯାଉଥିଲା। ଏହି ସମୟରେ ଉପଯୁକ୍ତ KYCକୁ ଗୁରୁତ୍ୱ ଦିଆଯାଉ ନଥିଲା। ପାଣ୍ଠିର ସୂତ୍ରକୁ ମଧ୍ୟ ଲୁଚାଇ ରଖାଯାଉଥିଲା। 

ଯାଞ୍ଚ ସମୟରେ ୪ଟି ନେଣଦେଣ ପ୍ଲାଟଫର୍ମ ଫୋକସରେ ରହିଥିଲା। ଏହାକୁ ଅଧିକ ଛାନଭିନ କରାଯିବାରୁ ଆପତ୍ତିଜନକ କାଗଜପତ୍ର ଜବତ ହେବା ସହ ୬୦ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪ କୋଟି ଟଙ୍କାକୁ ସିଜ କରାଯାଇଥିଲା। ୧ ହଜାର କୋଟି ଟଙ୍କାର ବେଆଇନ କାରବାର ସମ୍ପର୍କରେ ମଧ୍ୟ ସୂଚନା ମିଳିଥିବା ଇଡି କହିଛି। 

Suresh Raina Shikhar Dhawan Betting APP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe