Advertisment

ଆଉ ନାହାନ୍ତି ସୁଶୀଲ ମୋଦି

ବିହାରରେ ୨ ଥର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ସୁଶୀଲଙ୍କୁ ବିଜେପି ରାଜ୍ୟସଭାକୁ ପଠାଇଥିଲା।

ଅଦ୍ୟତନ ହୋଇଛି
sushil modi

sushil modi

Advertisment

ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା କର୍କଟ ରୋଗ କାରଣରୁ ସେ ଅସୁସ୍ଥ ରହିଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। 

Advertisment

ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିହାରରେ ୨ ଥର ଉପ ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ସୁଶୀଲଙ୍କୁ ବିଜେପି ରାଜ୍ୟସଭାକୁ ପଠାଇଥିଲା। ବିଜେପିର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ବେଶ ଦବଦବା ରହିଛି। ଅସୁସ୍ଥତା କାରଣରୁ ସେ ଏଥର ନିର୍ବାଚନ ଠାରୁ ନିଜକୁ ଦୂରେଇ ରଖିଥିଲେ।

ଏପ୍ରିଲ ୩ ତାରିଖରେ ସେ ଏକ୍ସରେ ଗୋଟିଏ ପୋଷ୍ଟ କରି ୬ ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିବା ସମସ୍ତଙ୍କୁ ଜଣାଇଥିଲେ। ସେ କହିଥିଲେ ଯେ ”ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।'

Advertisment

୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।

ସୁଶୀଲ ମୋଦିଙ୍କ ପାର୍ଥିବ ଶରୀର ଆସନ୍ତାକାଲି ବିହାରର ରାଜେନ୍ଦ୍ର ନଗର ସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାପରେ ଆସନ୍ତାକାଲି ଅପରାହ୍ନରେ ବିହାରରେ ଶେଷକୃତ୍ୟ ଶେଷ ହେବ। 

ଆଜି ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। 

Bjp Rajya Sabha Sushil Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe