ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍ ଆଜି ସୂଚନା ଦେଇଛନ୍ତି।
ସୋଶାଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, 'ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ। ଏଥିରେ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।'
पिछले 6 माह से कैंसर से संघर्ष कर रहा हूँ । अब लगा कि लोगों को बताने का समय आ गया है । लोक सभा चुनाव में कुछ कर नहीं पाऊँगा ।
— Sushil Kumar Modi (मोदी का परिवार ) (@SushilModi) April 3, 2024
PM को सब कुछ बता दिया है ।
देश, बिहार और पार्टी का सदा आभार और सदैव समर्पित |
ବିହାର ବିଜେପିର ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ସୁଶୀଲ ମୋଦି। ବିହାରର ଡେପୁଟି ସିଏମ୍ ହେବା ବ୍ୟତୀତ ସୁଶୀଲ କୁମାର ମୋଦି ରାଜ୍ୟସଭା ସାଂସଦ ମଧ୍ୟ ରହି ସାରିଛନ୍ତି। ତେବେ ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ନାହିଁ। ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।