Advertisment

ସୁଷମାଙ୍କ ଝିଅ ଲଢ଼ିବେ ନିର୍ବାଚନ, ମିନାକ୍ଷୀ ଲେଖିଙ୍କ ଆସନରେ ବାଂସୁରୀଙ୍କୁ ଟିକେଟ

ପ୍ରଥମ ପର୍ଯ୍ୟାୟରେ ବିଜେପି ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରୁ ୪ଟିରେ ପ୍ରାର୍ଥୀ ବଦଳାଇଛି।

Bansuri Swaraj

Bansuri Swaraj

Advertisment

ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିବା ବେଳେ ବିଜେପି ଆଜି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୯୫ ଜଣଙ୍କ ନାଁ ରହିଛି। ଏହି ୧୯୫ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ତାଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିଛି। ଏହା ସହିତ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବାଂସୁରୀ ସ୍ୱରାଜ।

Advertisment

ଗତ ଥର ନୂଆଦିଲ୍ଲୀ ଲୋକସଭା ଆସନରୁ ଜିତିଥିଲେ ମିନାକ୍ଷୀ ଲେଖି। ସେ ଏବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଅଛି। ତେବେ ଏଥର ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ବାଂସୁରୀଙ୍କୁ ଦଳ ପ୍ରାର୍ଥୀ କରିଛି।

ପ୍ରଥମ ପର୍ଯ୍ୟାୟରେ ବିଜେପି ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରୁ ୪ଟିରେ ପ୍ରାର୍ଥୀ ବଦଳାଇଛି। ନୂଆଦିଲ୍ଲୀ ଆସନରୁ ମିନାକ୍ଷୀ ଲେଖିଙ୍କୁ ଦଳ ଟିକେଟ୍ ଦେଇ ନଥିବା ବେଳେ ଗତଥର ଚାନ୍ଦିନୀ ଚୌକରୁ ବିଜୟୀ ହୋଇଥିବା ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ଦଳ ଏଥର ପ୍ରାର୍ଥୀ କରି ନାହିଁ। ସେହିପରି ଗତ ଥର ଦକ୍ଷିଣ ଦିଲ୍ଲୀରୁ ବିଜୟୀ ହୋଇଥିବା ରମେଶ ବିଧୁଡ଼ୀ ଓ ପଶ୍ଚିମ ଦିଲ୍ଲୀରୁ ବିଜୟୀ ହୋଇଥିବା ପର୍ଭେଶ ସାହିବ ସିଂହଙ୍କୁ ଦଳ ଟିକେଟ୍ ଦେଇ ନାହିଁ। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଦିଲ୍ଲୀରୁ ଦଳ ମନୋଜ କୁମାର ତିୱାରୀଙ୍କୁ ପୁଣି ପ୍ରାର୍ଥୀ କରିଛି। ଚାନ୍ଦିନୀଚୌକରୁ ବିଜେପି ଏଥର ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ପଶ୍ଚିମ ଦିଲ୍ଲୀରୁ କମଲଜୀତ ସହରାୱତ ଓ ଦକ୍ଷିଣ ଦିଲ୍ଲୀରୁ ରାମବୀର ସିଂହ ବିଧୁଡ଼ୀଙ୍କୁ ଟିକେଟ୍ ଦେଇଛି।

Advertisment

ଟିକେଟ ପାଇବା ପରେ ବାଂସୁରୀ ସ୍ୱରାଜ କହିଛନ୍ତି, ମୁଁ ଜାଣେ ମୋ ମା’ଙ୍କ ଆଶୀର୍ବାଦ ସର୍ବଦା ମୋ ସହିତ ରହିଛି। କିନ୍ତୁ ଏହି ଯେଉଁ ସଫଳତା ମିଳିଛି, ତାହା ବାଂସୁରୀ ସ୍ୱରାଜଙ୍କର ନୁହେଁ। ଏହା ଦିଲ୍ଲୀ ବିଜେପିର ସମସ୍ତ କର୍ମକର୍ତ୍ତାଙ୍କର।

ବାଂସୁରୀ ସ୍ୱରାଜ ଜଣେ ଜଣାଶୁଣା ଓକିଲ। ଗତ ବର୍ଷ ତାଙ୍କୁ ଦିଲ୍ଲୀ ବିଜେପିର ଲିଗାଲ୍ ସେଲ୍‌ର ଯୁଗ୍ମ-ଆବାହକ ନିଯୁକ୍ତ କରିଥିଲା।

Lok Sabha Elections 2024 Bansuri Swaraj 2024 General Election Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe