ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ଏଠାରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି ସନ୍ଦିଗ୍ଧ କୁକି ଆତଙ୍କବାଦୀ। ଆଜି ସକାଳ ୯.୪୦ରେ ମଣିପୁରର ଜିରିବାମ ଠାରେ ଏପରି ଘଟଣା ଘଟିଛି। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ସ୍ଥାନୀୟ ପୁଲିସ୍ର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ଆଜି ସକାଳେ ସିଆରପିଏଫର ୨୦ ବାଟାଲିୟନ ଓ ଜିରିବାମ ଜିଲ୍ଲା ପୁଲିସ୍ର ମିଳିତ ଟିମ ୧୩ ଜୁଲାଇରେ ଘଟିଥିବା ଗୁଳିମାଡ଼ ଘଟଣାରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଙ୍ଗଲ ଓ ପାହାଡ଼ ଉପରେ ଲୁଚି ରହିଥିବା କୁକି ଆତଙ୍କବାଦୀମାନେ ସେମାନଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ।
Also Read
ଏଥିରେ ଜଣେ ସିଆରପିଏଫ ଯବାନ ଓ ଜିରିବାମ ପୁଲିସ୍ ଷ୍ଟେସନର ଏସ୍ଆଇ ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା। କିନ୍ତୁ ସିଆରପିଏଫ ଯବାନଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏସ୍ଆଇ ରୋମେଣ୍ଡ୍ରୋ ଏବେ ଜିରିବାମ ସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୦ରୁ ଜାଡ଼ରେ ଥରିବ ରାଜଧାନୀ, ତାପମାତ୍ରା ୩ ଡିଗ୍ରୀକୁ ଖସିବ
ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭବ ହେବ ବୋଲି ଆଣି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
National
ଫଡନାଭିସଙ୍କ ଶପଥ ଉତ୍ସବ ବେଳେ ସୁନା ଚେନ, ମୋବାଇଲ ଲୁଟ: ତଦନ୍ତ ଆରମ୍ଭ କଲା ପୁଲିସ୍
ଭିଡ଼ର ଫାଇଦା ଉଠାଇ ଲୁଟେରାମାନେ ସୁନା ଚେନ, ମୋବାଇଲ ଫୋନ ଓ କିଛି ପର୍ସ ଚୋରି ହୋଇଯାଇଛି। ମୋଟ ୧୨.୪ ଲକ୍ଷ ଟଙ୍କା ଚୋରି ହୋଇଥିବା ଖବର ସାମ୍ନାକୁ ଆସିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
National
ଟିକସ କଟିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିଲେ ଗ୍ରାହକ, ଭିଡିଓ ଭାଇରାଲ୍
ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ ପ୍ରକାଶ କରିଥିଲେ।
National
ଲୁହ ବୁହା ଗ୍ୟାସ ପରେ ଚାଷୀଙ୍କ ଉପରକୁ ଫୁଲ ପକାଇଲା ପୁଲିସ୍, ଦିନକ ପାଇଁ ବନ୍ଦ ହେଲା ପଦଯାତ୍ରା
ଆଜି ସେମାନେ ମଧ୍ୟାହ୍ନ ସମୟରେ ପଦଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଶମ୍ଭୁ ସୀମାନ୍ତରେ ଲାଗିଥିବା ବ୍ୟାରିକେଡ ନିକଟରେ ପହଞ୍ଚିବା କ୍ଷଣି ପୁଲିସ୍ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା।
National
ରାଜନୀତିରେ ପୁଷ୍ପା କ୍ରେଜ୍: କେଜ୍ରିଓ୍ୱାଲ କହିଲେ, ଝୁକେଗା ନହିଁ
ସେ କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବେ ବୋଲି ପୋଷ୍ଟର ଜରିଆରେ ବିଜେପିକୁ ଟାର୍ଗେଟ୍ କରି କୁହାଯାଇଛି। କେଜ୍ରିୱାଲ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି।