Advertisment

ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ, ଜଣେ ଯବାନ ସହିଦ

ଆଜି ସକାଳେ ସିଆରପିଏଫର ୨୦ ବାଟାଲିୟନ ଓ ଜିରିବାମ ଜିଲ୍ଲା ପୁଲିସ୍‌ର ମିଳିତ ଟିମ ୧୩ ଜୁଲାଇରେ ଘଟିଥିବା ଗୁଳିମାଡ଼ ଘଟଣାରେ ସର୍ଚ୍ଚ ଅପରେସନ କରୁଥିଲେ।

Manipur

Manipur

Advertisment

ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ଏଠାରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି ସନ୍ଦିଗ୍ଧ କୁକି ଆତଙ୍କବାଦୀ। ଆଜି ସକାଳ ୯.୪୦ରେ ମଣିପୁରର ଜିରିବାମ ଠାରେ ଏପରି ଘଟଣା ଘଟିଛି। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ସ୍ଥାନୀୟ ପୁଲିସ୍‌ର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

Advertisment

ଆଜି ସକାଳେ ସିଆରପିଏଫର ୨୦ ବାଟାଲିୟନ ଓ ଜିରିବାମ ଜିଲ୍ଲା ପୁଲିସ୍‌ର ମିଳିତ ଟିମ ୧୩ ଜୁଲାଇରେ ଘଟିଥିବା ଗୁଳିମାଡ଼ ଘଟଣାରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଜଙ୍ଗଲ ଓ ପାହାଡ଼ ଉପରେ ଲୁଚି ରହିଥିବା କୁକି ଆତଙ୍କବାଦୀମାନେ ସେମାନଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ।

ଏଥିରେ ଜଣେ ସିଆରପିଏଫ ଯବାନ ଓ ଜିରିବାମ ପୁଲିସ୍‌ ଷ୍ଟେସନର ଏସ୍‌ଆଇ ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା। କିନ୍ତୁ ସିଆରପିଏଫ ଯବାନଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏସ୍‌ଆଇ ରୋମେଣ୍ଡ୍ରୋ ଏବେ ଜିରିବାମ ସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment
Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe