Advertisment

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ହମଲା

ରାଜ୍ୟ ପୁଲିସ୍‌ ପକ୍ଷରୁ ଆକ୍ରମଣ ପରେ ଦୃଢ଼ ଜବାବ ଦିଆଯାଇଛି। ରିପୋର୍ଟ ଲେଖା ବେଳେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା।

Manipur

Manipur

Advertisment

ମଣିପୁରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆଜି ମୋରେହ ସହରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ଶନିବାର ଅପରାହ୍ନ ୩.୩୦ ହମଲା ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଏହାପରେ ଗୁଳିମାଡ଼ ସହ ଅନ୍ୟାନ୍ୟ ବିସ୍ଫୋରଣ କରିଛନ୍ତି।

ରାଜ୍ୟ ପୁଲିସ୍‌ ପକ୍ଷରୁ ଆକ୍ରମଣ ପରେ ଦୃଢ଼ ଜବାବ ଦିଆଯାଇଛି। ରିପୋର୍ଟ ଲେଖା ବେଳେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା।

Advertisment

ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ପୁଲିସ୍‌ କମାଣ୍ଡୋମାନଙ୍କୁ ମୋରେହରୁ କି ଲୋକେସନ ପଏଣ୍ଟ ବା କେଏଲପି ଆଡ଼କୁ ନେଇ ଯାଉଥିବା ଗାଡ଼ିକୁ ଅଜଣା ବନ୍ଧୁକଧାରୀମାନେ ଟାର୍ଗେଟ କରିଥିଲେ। ଏହି ହମଲାରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ତାଙ୍କର ଚିକିତ୍ସା ୫ ଆସାମ ରାଇଫଲ୍ସ କ୍ୟାମ୍ପରେ ଚାଲିଛି। ଘଟଣା ପରେ ଅଧିକ ସଂଖ୍ୟକ ପୁଲିସ୍‌ କମାଣ୍ଡୋଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଏବେ ବି ସ୍ଥାନୀୟ ଅଞ୍ଚଳରେ ଅପରେସନ ଜାରି ରଖିଛନ୍ତି।

ଗତ ମାସରେ କାଙ୍ଗପୋକପିରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା କରିଥିଲେ। ଏଥିରେ ଜଣେ ଆଇଆରବି ଯବାନ ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe