Advertisment

୪୦ ଫୁଟ ଗଭୀର ବୋରଓ୍ୱେଲକୁ ଖସି ପଡ଼ିଲେ ବ୍ୟକ୍ତି, ଉଦ୍ଧାର କାର୍ଯ୍ୟ ଜାରି

ପ୍ରଥମେ ଜଣେ ଶିଶୁ ଖସିପଡିଥିବା କୁହାଯାଉଥିଲା। କିନ୍ତୁ ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଏହି ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ଜଣାପଡ଼ିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
A person falls into borewell

A person falls into borewell

ପୁଣି ବୋରଓ୍ୱେଲ ଭିତରେ ଫଶିଲା ଜୀବନ। ୪୦ ଫୁଟ ଗଭୀର ବୋରଓ୍ୱେଲ ଭିତରକୁ ଖସି ପଡିଲେ ବ୍ୟକ୍ତି। ଦିଲ୍ଲୀ କେଶବପୁର ମଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ତାଙ୍କୁ ଉଦ୍ଧାର କରିବା ପାଇଁ କସରତ ଜାରି ରହିଛି।

Advertisment

କେଶବପୁରରେ ଜଳ ବୋର୍ଡ ଭିତରେ ଥିବା ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ତିଆରି ବୋରୱେଲରେ ଜଣେ ବ୍ୟକ୍ତି ଖସି ପଡିଥିବା ସୂଚନା ମିଳିଛି। ପ୍ରଥମେ ଜଣେ ଶିଶୁ ଖସିପଡିଥିବା କୁହାଯାଉଥିଲା। କିନ୍ତୁ ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଏହି ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ଜଣାପଡ଼ିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ବୟସ ୧୫ରୁ ୨୦ ବର୍ଷ ହେବ ବୋଲି କୁହାଯାଉଛି। ସେ ରାତି ଅଧରେ ଜଳ ବୋର୍ଡ ଭିତରକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ଖସି ପଡିଥିବା କୁହାଯାଉଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍ ଓ ଦିଲ୍ଲୀ ପୁଲିସର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଅତିଶି ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନୀରିକ୍ଷଣ କରିଛନ୍ତି। ସେ ରେସ୍କ୍ୟୁ ଟିମ୍‌ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବା ପାଇଁ ସମାନ୍ତରାଳ ଭାବେ ଆଉ ଏକ ବୋରୱେଲ ଖୋଳାଯାଉଛି। ୪୦ ଫୁଟର ଗଭୀର ବୋରୱେଲ ହୋଇଥିବାରୁ ଉଦ୍ଧାର କରିବା କଷ୍ଟକର ହେଉଛି। ହେଲେ ଆଉ ଏକ ବୋରୱେଲ ଖୋଳିବା ପାଇଁ ଲମ୍ବା ସମୟ ଲାଗିପାରେ। ପ୍ରଥମେ ଯେଉଁ ବୋରୱେଲରେ ବ୍ୟକ୍ତି ଜଣକ ପଡ଼ିଥିଲେ, ତା ଭିତରକୁ ଏକ ମୋଟା ଦଉଡି ପକାଯାଇଥିଲା। ହେଲେ ଏହା ଦ୍ୱାରା ଉଦ୍ଧାର କରିବା ସଫଳ ହୋଇନଥିଲା। ଫଳରେ ଏନଡିଆରଏଫ୍ ଟିମ୍ ଆଉ ଏକ ବୋରୱେଲ ଖୋଳିବା କାମରେ ଲାଗିଛନ୍ତି।

Person Falls Into Borewell Delhi Jal Board NDRF Delhi