Advertisment

Supreme Court: ବେଙ୍ଗଲ ପୁଲିସ ମୁଖିଆଙ୍କୁ ନିଲମ୍ବନ ଦାବି କରି ସୁପ୍ରିମକୋର୍ଟରେ ଇଡି

ଇଡି କରିଥିବା ଆବେଦନରେ ମମତାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ସରକାର, ରାଜୀବ କୁମାର, କୋଲକାତା ପୁଲିସ କମିଶନର ମନୋଜ କୁମାର ବର୍ମା ଓ ଦକ୍ଷିଣ କୋଲକାତା ଡେପୁଟି କମିଶନର ପ୍ରିୟବ୍ରତ ରୟ ପ୍ରମୁଖଙ୍କ ନାଁ ଉଲ୍ଲେଖ କରିଛି।

DGP

ଡିଜିପି ରାଜୀବ କୁମାର

Advertisment

ପଶ୍ଚିମବଙ୍ଗର ପୁଲିସ୍‌ ମୁଖ୍ୟ ବା ଡିଜିପି ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ଦାବି କରି ସୁପ୍ରିମକୋର୍ଟ(Supreme Court)ରେ ଆବେଦନ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିରେ ହୋଇଥିବା ରେଡ ସଂକ୍ରାନ୍ତ ସୁପ୍ରିମ ଶୁଣାଣି ପୂର୍ବରୁ ଇଡି ଡିଜିପି ରାଜବୀ କୁମାରଙ୍କ ବିରୋଧରେ ଆବେଦନ କରିଛି।

Advertisment

ଗତ ସପ୍ତାହରେ ଇଡି ଆଇ-ପିଏସି ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘରେ ରେଡ କରିବା ବେଳେ ରାଜୀବ କୁମାର ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିଥିଲେ ବୋଲି ଇଡି ଅଭିଯୋଗ କରିଛି। ଆଗାମୀ ବେଙ୍ଗଲ ନିର୍ବାଚନ ପାଇଁ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ଆଇପିଏସିକୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛି।

ନିର୍ବାଚନର ଠିକ ପୂର୍ବରୁ ଆଇପିଏସି ଉପରେ ଇଡି ରେଡକୁ ମମତା ଓ ଟିଏମସି ବିରୋଧ କରିଛନ୍ତି। ଏହା ବିରୋଧରେ ଇଡି ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଆଜି ଏହାର ଶୁଣାଣି ଚାଲିଛି। 

Advertisment

ଏସବୁ ଭିତିରେ ଇଡି ବେଙ୍ଗଲ ପୁଲିସ ମୁଖ୍ୟ ରାଜୀବ କୁମାରଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିଛି। ଇଡି କହିଛି ଯେ କୋଲକାତା ପୁଲିସ୍‌ କମିଶନର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ଏକଦା ଧାରଣାରେ ବସିଥିଲେ।

ଏବେ ସେ ଡିଜିପି ହେବା ସହ ଇଡି ରେଡରେ ବାଧା ସୃଷ୍ଟି କରିଛନ୍ତି। ଜାନୁଆରୀ ୮ ତାରିଖ ରେଡ ବେଳେ ସେ ଇଡି ଅଧିକାରୀମାନଙ୍କୁ ସେମାନଙ୍କ କାମ କରିବାକୁ ଦେଇ ନଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଇଡି ନିଜର ଆବେଦନରେ ଉଲ୍ଲେଖ କରିଛି। 

ଆଇପିଏସିର କୋଲାକତା ଅଫିସରେ ରେଡ ବେଳେ ଏଥିରେ ମମତା ବାନାର୍ଜୀ ବାଧା ସୃଷ୍ଟି କରିଥିବା ଅଭିଯୋଗର ଶୁଣାଣି ସୁପ୍ରିମକୋର୍ଟ ଜାରି ରଖିଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ ବିପୁଲ ଏମ ପାଞ୍ଚୋଲିଙ୍କ ଖଣ୍ଡପୀଠ ସମ୍ବିଧାନର ଧାରା ୩୨ ଜରିଆରେ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି।

ଇଡି କରିଥିବା ଆବେଦନରେ ମମତାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ସରକାର, ରାଜୀବ କୁମାର, କୋଲକାତା ପୁଲିସ କମିଶନର ମନୋଜ କୁମାର ବର୍ମା ଓ ଦକ୍ଷିଣ କୋଲକାତା ଡେପୁଟି କମିଶନର ପ୍ରିୟବ୍ରତ ରୟ ପ୍ରମୁଖଙ୍କ ନାଁ ଉଲ୍ଲେଖ କରିଛି। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe