Advertisment

୧୪୬ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା।

Opposition MPs

Opposition MPs

Advertisment

ଜାନୁଆରୀ ୩୧ ତଥା ବୁଧବାର ଠାରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ତେବେ ଏହି ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି। ଏନେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

Advertisment

ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ହୋହାଲ୍ଲା କରିବା ଅଭିଯୋଗରେ ବିରୋଧୀ ସାଂସଦଙ୍କୁ ବାଚସ୍ପତି ଓମ୍‌ ବିର୍ଲା ପୂରା ଅଧିବେଶନ ପାଇଁ ନିଲମ୍ବିତ କରିଥିଲେ। ଡିସେମ୍ବର ୧୩ ତାରିଖରେ ହୋଇଥିବା ସଂସଦର ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରି ବିରୋଧୀ ସାଂସଦମାନେ ଲୋକସଭାରେ ଦାବି କରିଥିଲେ।

ସୂଚନା ମୁତାବକ, ୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ସାଂସଦଙ୍କୁ କେବଳ ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ ହୋଇଥିଲେ। ତେଣୁ ଏହି ନିଲମ୍ବନ ପ୍ରକ୍ରିୟା ସ୍ୱୟଂଚାଳିତ ଭାବରେ ପରବର୍ତ୍ତୀ ଅଧିବେଶନ ତଥା ବଜେଟ୍‌ ଅଧିବେଶନରେ ସମାପ୍ତ ହୋଇଛି। ଅବଶିଷ୍ଟ ୧୪ ସାଂସଦଙ୍କୁ ବିଶେଷାଧିକାର କମିଟି(Privilege Committee of Lok Sabha)ର ରିପୋର୍ଟ ଆସିବା ଯାଏଁ ନିଲମ୍ବିତ କରାଯାଇଥିଲା।

Advertisment

ଅନ୍ୟ ୧୪ ସାଂସଦଙ୍କ ମଧ୍ୟରେ ୩ ଲୋକସଭା ଓ ୧୧ ରାଜ୍ୟସଭାର ସାଂସଦ ଥିଲେ। ଏମାନଙ୍କ ମାମଲାକୁ ସଂସଦର ବିଶେଷାଧିକାର କମିଟି ପାଖକୁ ପଠାଯାଇଥିଲା। ତେବେ ଜାନୁଆରୀ ୧୧ ତାରିଖରେ ଏହି କମିଟି ଲୋକସଭା ସାଂସଦଙ୍କ ନିଲମ୍ବନ ରଦ୍ଦ କରିଦେଇଥିଲେ। ସେହିପରି ମଙ୍ଗଳବାର ରାଜ୍ୟସଭା ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। 

Parliament Budget Session Opposition MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe