Advertisment

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ

ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଡାକ୍ତରମାନେ ଯେଉଁ ସ୍ଥାନରେ ବିକ୍ଷୋଭ କରୁଥିଲେ, ସେଠାରୁ ସନ୍ଦେହଜନକ ଅବସ୍ଥାରେ ବ୍ୟାଗକୁ ଠାବ କରାଯାଇଛି।

RG Kar

RG Kar

Advertisment

ପୁଣି ଚର୍ଚ୍ଚାରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ। ଏଠାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ତମ୍ଭିତୋଫାନ ଲାଗି ରହିଥିବା ବେଳେ ଆଜି ଏହାର ପରିସରରୁ ମିଳିଛି ଗୋଟିଏ ସନ୍ଦିଗ୍ଧ ବ୍ୟାଗ।

Advertisment

ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଡାକ୍ତରମାନେ ଯେଉଁ ସ୍ଥାନରେ ବିକ୍ଷୋଭ କରୁଥିଲେ, ସେଠାରୁ ସନ୍ଦେହଜନକ ଅବସ୍ଥାରେ ବ୍ୟାଗକୁ ଠାବ କରାଯାଇଛି। ଗୋଟିଏ ବେଞ୍ଚ ଉପରେ ଏହା ରହିଥିବା ଜଣାପଡ଼ିବା ପରେ ଆତଙ୍କ ଖେଳି ଯାଇଛି। ଏଥିରେ ବୋମା ଥିବା ଆଶଙ୍କାରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। 

ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ସନ୍ଦେହଜନକ ଅବସ୍ଥାରେ ବ୍ୟାଗ ମିଳିବା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ବୋମା ନିଷ୍କ୍ରୟକାରୀ ଟିମ ଓ ଡଗ ସ୍କ୍ୱାଡକୁ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ଯାଞ୍ଚ ଚାଲିଛି। ତେବେ ଅଧିକାରୀ ଜଣଙ୍କ ବ୍ୟାଗ ଭିତରୁ କ’ଣ ମିଳିଛି, ସେକଥା କହି ନାହାନ୍ତି। ତେବେ ସନ୍ଦିଗ୍ଧ ବ୍ୟାଗଟି ମିଳିଥିବା ସ୍ଥାନ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ସେଠାରେ ପୂର୍ବରୁ ଆନ୍ଦୋଳନ ହେଉଥିଲା। କିନ୍ତୁ ଏବେ ସେଠାରେ କୌଣସି ପ୍ରକାରର ଆନ୍ଦୋଳନ ହେଉ ନଥିଲା। 

Advertisment

କାରଣ ଅଗଷ୍ଟ ୯ ତାରିଖ ହରର ବିରୋଧରେ ଜୁନିୟର ଡାକ୍ତରମାନେ କରୁଥିବା ବିକ୍ଷୋଭ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅଫିସ ସାମ୍ନାରେ ଚାଲିଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭବନ ବାହାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରୁଥିବାରୁ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ଆଲୋଚନାକୁ ଡାକିଛନ୍ତି। ତେବେ ଏଯାଏ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇନାହିଁ। ସମ୍ଭବତଃ ଆଜି ସନ୍ଧ୍ୟାରେ ଆଲୋଚନା ହୋଇପାରେ।

RG Kar Medical College Kolkata Doctor Rape And Murder Case Kolkata Doctor Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe