Advertisment

ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ, ଖସାଇ ଦେଲା ସେନା

ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ । ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆକାଶରେ ଉଡ଼ୁଥିବା ବେଳେ ଏହାକୁ ଖସାଇ ଦେଇଛି ଭାରତୀୟ ସେନା।

Drone

Drone

Advertisment

ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ । ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆକାଶରେ ଉଡ଼ୁଥିବା ବେଳେ ଏହାକୁ ଖସାଇ ଦେଇଛି ଭାରତୀୟ ସେନା। ଏହା ପ୍ରଥମ ଥର ନୁହେଁ,ଯେବେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଛି। ପୂର୍ବରୁ ମଧ୍ୟ ପାକିସ୍ତାନ ବହୁ ଥର ଏପରି ପ୍ରୟାସ କରି ସାରିଛି।

Advertisment

ଜମ୍ମୁ କଶ୍ମୀରର ରଜୌରି ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଡ୍ରୋନଟି ଉଡ଼ୁଥିବା ବେଳେ ସେନା ତାହାକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଗତ ଶନିବାର ରାତିରେ ଡ୍ରୋନଟି ଭାରତ ଆକାଶରେ ଉଡ଼ିବା ପରେ ତାହା ପୁଣି ଥରେ ପାକିସ୍ତାନକୁ ଫେରି ଯାଇଥିଲା। ମାତ୍ର ରବିବାର ପୁଣି ଥରେ ଡ୍ରୋନଟି ଭାରତ ସୀମାରେ ପ୍ରବେଶ କରିବାରୁ ସେନା ଯବାନ ତାହାକୁ ଖସାଇ ଦେଇଥିଲେ।

ଏହାପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଜୋରସୋରରେ ଖାନତଲାସୀ କରାଯାଇଥିବା ବେଳେ କୌଣସି ସନ୍ଦେହଜନକ ବସ୍ତୁ ଜବତ ହୋଇନି। ମୁଖ୍ୟତଃ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଭାରତ ମଧ୍ୟକୁ ପ୍ରବେଶ କରାଇବା ନିମନ୍ତେ ପାକିସ୍ତନ ଡ୍ରୋନର ସହାୟତା ନେଉଛି। ମାତ୍ର ସୁରକ୍ଷା ବଳ ପାକିସ୍ତାନର ଏପରି ଅପଚେଷ୍ଟାକୁ ବିଫଳ କରିବାକୁ ସମ୍ପୂର୍ଣ୍ଣ ସଜାଗ ରହିଛି।

Advertisment
Pakistan Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe