Advertisment

ଧକ୍କା ଦେଇ ବାଇକ ଚାଳକଙ୍କୁ ହତ୍ୟା, କାର୍‌ ଛାତରେ ମୃତଦେହ ରଖି ୩ କିମି ଯାତ୍ରା

ସେ ମୃତଦେହକୁ କାର୍‌ର ଛାତ ଉପରେ ରଖି ପ୍ରାୟ ୩ କିମି ରାସ୍ତା ଅତିକ୍ରମ କରିଥିଲେ। ଦିଲ୍ଲୀର କସ୍ତୁରବା ଗାନ୍ଧି ଓ ଟୋଲଷ୍ଟୋ ମାର୍ଗ ମଧ୍ୟରେ ଏହି ଘଟଣା ଘଟିଛି। ଏପ୍ରିଲ ୨୯ ତାରିଖ ରାତିରେ ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Car accident

Car accident

Advertisment

ସାମ୍ନାକୁ ଆସିଛି ପୁଣି ଗୋଟିଏ ଭୟଙ୍କର ହିଟ୍‌ ଆଣ୍ଡ ରନ ମାମଲା। ଜଣେ କାର୍‌ ଚାଳକ ଘଟାଇଛନ୍ତି ଅଭବାନୀୟ ଘଟଣା। ସେ ପ୍ରଥମେ ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲେ। ଏହାପରେ ଜଣେ ଯୁବକ ଛିଟିକି ଯାଇ କାର୍‌ ଛାତ ଉପରେ ପଡ଼ିଥିଲେ। ତାଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କାର୍‌ ଚାଳକ ଜଣଙ୍କ ଗାଡ଼ି ଅଟକାଇ ନଥିଲେ।

Advertisment

ସେ ମୃତଦେହକୁ କାର୍‌ର ଛାତ ଉପରେ ରଖି ପ୍ରାୟ ୩ କିମି ରାସ୍ତା ଅତିକ୍ରମ କରିଥିଲେ। ଦିଲ୍ଲୀର କସ୍ତୁରବା ଗାନ୍ଧି ଓ ଟୋଲଷ୍ଟୋ ମାର୍ଗ ମଧ୍ୟରେ ଏହି ଘଟଣା ଘଟିଛି। ଏପ୍ରିଲ ୨୯ ତାରିଖ ରାତିରେ ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ବାଇକରେ ଯାଉଥିବା ଦୁଇ ଜଣଙ୍କୁ କାର୍‌ଟି ପ୍ରଥମେ ଧକ୍କା ଦେଇଥିଲା। ଏହି ସମୟରେ ବାଇକରେ ବସିଥିବା ୨୦ ବର୍ଷୀୟ ମୁକୁଲ ରାସ୍ତା କଡ଼କୁ ଛିଟିବି ପଡ଼ିଥିଲେ। କିନ୍ତୁ ବାଇକ ଚାଳକ ୩୦ ବର୍ଷୀୟ ଦୀପାଂଶୁ ବର୍ମା କାରରେ ପିଟି ହୋଇ ଏହାର ଛାତ ଉପରେ ପଡ଼ି ଯାଇଥିଲେ। ଏକଥା କାର୍‌ ଚାଳକ ଭଲ ଭାବେ ଜାଣିଥିଲେ ମଧ୍ୟ ଶ୍ରୀ ବର୍ମାଙ୍କୁ ସେଭଳି ଅବସ୍ଥାରେ ୩ କିମି ବାଟ ଯାଏ ନେଇ ଯାଇଥିଲେ।

Advertisment

ଘଟଣାର ସାକ୍ଷୀ ମହମ୍ମଦ ବିଲାଲ ଏପରି ସ୍ଥିତିରେ ତାଙ୍କ ସ୍କୁଟର ଯୋଗେ କାର୍‌ ପିଛା କରିଥିଲେ। ଏଥିସହ କାରର ଛାତ ଉପରେ ଶ୍ରୀ ବର୍ମା କେମିତି ନିସ୍ତେଜ ଅବସ୍ଥାରେ ପଡ଼ି ରହିଛନ୍ତି, ତା’ର ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ବିଲାଲ କାର ଅଟକାଇବା ପାଇଁ ବାରମ୍ବାର ଚିତ୍କାର କରିଥିଲେ ମଧ୍ୟ ଡ୍ରାଇଭର ଜଣଙ୍କ ତାଙ୍କ ଚିତ୍କାର ଆଦୌ ଶୁଣି ନଥିଲେ।

ଘଟଣାସ୍ଥଳକୁ ୩ କିମି ବାଟ ଯିବା ପରେ ଅଭିଯୁକ୍ତ ଜଣଙ୍କ ଶ୍ରୀ ବର୍ମାଙ୍କ ମୃତଦେହକୁ ଇଣ୍ଡିଆ ଗେଟ୍‌ ନିକଟରେ ଫିଙ୍ଗି ଚମ୍ପଟ ମାରିଥିଲେ। ବର୍ମା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମୁକୁଲ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ପାଇବା ପରେ ଦିଲ୍ଲୀ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି କାର୍‌ ଚାଳକ ହରନୀତ ସିଂହ ଚାୱଲାଙ୍କୁ ଗିରଫ କରିଛି। ଘଟଣା ବେଳେ ତାଙ୍କ ପରିବାର ଲୋକ ମଧ୍ୟ କାର୍‌ ଭିତରେ ରହିଥିଲେ।

ଶ୍ରୀ ବର୍ମା ଗୋଟିଏ ଜୁଏଲାରୀ ଦୋକାନ କରିଥିଲେ। ସେ ବାପା ମା’ଙ୍କ ଗୋଟିଏ ପୁଅ। ଦିଲ୍ଲୀରେ ସେ ତାଙ୍କ ବାପା ମା’ ଓ ଭଉଣୀଙ୍କ ସହ ରହୁଥିଲେ।

Delhi Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe