Advertisment

'ମମତା ଏବେ ଆଉ 'ଦିଦି' ନୁହଁନ୍ତି ଆଣ୍ଟି'

ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସୁଭେନ୍ଦୁ ଅଧିକାରୀ।

author-image
Madhupriya Mistry
ଅଦ୍ୟତନ ହୋଇଛି
Suvendu Adhikari and Mamata Banerjee

Suvendu Adhikari and Mamata Banerjee

ସନ୍ଦେଶଖାଲି ମାମଲାକୁ ନେଇ ଏବେ ପ୍ରାୟ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗ। ଏଠାକାର ମହିଳାମାନେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ମମତା ସରକାରଙ୍କ ଉପରେ ବିରୋଧୀ ଲଗାତାର ଟାର୍ଗେଟ କରୁଛନ୍ତି। ଏହା ଭିତରେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି।

Advertisment

ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଧାନସଭା ନିର୍ବାଚନରେ ​​ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି କ୍ରୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।

ସେ ଆହୁରି କହିଛନ୍ତି, 'ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି। ତାଙ୍କ ଦଳ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ଗଠନ କରିବା ଏବଂ ରାଜ୍ୟରେ ମମତା ବାନାର୍ଜୀ ସରକାରଙ୍କ ଶାସନକୁ ସମାପ୍ତ କରିବା ଦିଗରେ କାମ କରୁଛି।' ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଏକ ପ୍ୟାନେଲ ଆଲୋଚନା ବେଳେ ସୁଭେନ୍ଦୁ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।

Advertisment

ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା। ଟିଏମସି ନେତା ଶାହଜାହାନ ଶେଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳାମାନଙ୍କୁ ଯୌନ ନିର୍ଯାତନା ତଥା ବଳାତ୍କାର କରିଥିବା ଶାହଜାହାନ ଶେଖଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। 

Mamata Banerjee West Bengal Suvendu Adhikari Sandeshkhali Case