/odisha-reporter/media/post_attachments/uploadimage/library/16_9/16_9_0/IMAGE_1733844624.jpg)
Suvendu Adhikari
ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବାଂଲାଦେଶ ଛାଡ଼ି ଦେଇଥିବା ଶେଖ ହସିନାଙ୍କ ସମର୍ଥନ କରିଛନ୍ତି। ସେ ଶେଖ ହସିନାଙ୍କୁ ବାଂଲାଦେଶର ଆଇନଗତ ପ୍ରଧାନମନ୍ତ୍ରୀ ବୋଲି କହିବା ସହ ବର୍ତ୍ତମାନ କ୍ଷମତାରେ ଥିବା ମହମ୍ମଦ ୟୁନୁସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ବାଂଲାଦେଶର କେୟାର ଟେକର ୟୁନୁସ ସରକାର ବେଆଇନ ଭାବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେଇଥିବା ଶ୍ରୀ ଅଧିକାରୀ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଶେଖ ହସିନା ହେଉଛନ୍ତି ବାଂଲାଦେଶର ଆଇନଗତ ପ୍ରଧାନମନ୍ତ୍ରୀ। ଯଦି ତାଙ୍କୁ ହଟାଇବାର ଆବଶ୍ୟକ ରହିଛି, ତା’ହେଲେ ଗଣତାନ୍ତ୍ରିକ ଉପାୟରେ ଏହା କରାଯାଇ ପାରିବ। ବର୍ତ୍ତମାନର କେୟାର ଟେକର ସରକାର ବେଆଇନ। ଯେତେବେଳେ ହସିନା ଢାକା ଏୟାରପୋର୍ଟରେ ପହଞ୍ଚିବେ ସେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ୱାଗତ କରାଯିବ। ସେ ସଲାମ ପାଇବେ। ବାଂଲାଦେଶରେ କେମିତି ଗଣତନ୍ତ୍ର ପ୍ରତିଷ୍ଠା ହେବ, ସେଥିରେ ଅନ୍ତର୍ଜାତୀୟ ସମୂହ ହସ୍ତକ୍ଷେପ କରନ୍ତୁ।”
ଭାରତ ଓ ଆମେରିକା ଭଳି ଦେଶ ବାଂଲାଦେଶରେ ବର୍ତ୍ତମାନ ଶାସନ କରୁଥିବା ବେଆଇନ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅଧିକାରୀ କହିଛନ୍ତି।
ସେ ଆହୁରି କହିଛନ୍ତି, “ବେଙ୍ଗଲୀ ହିନ୍ଦୁମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆମେ ବାଂଲାଦେଶ ତିଆରି କରିଥିଲୁ ଓ ୧୭ ହଜାର ଭାରତୀୟ ସୈନ୍ୟ ଏହାର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ। ଆମେ ମୁଜିବୁର ରହମନଙ୍କୁ ମଧ୍ୟ ସୁରକ୍ଷା ଦେଇଥିଲୁ। ଆଜି ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଛି। କେହି ବି ହିନ୍ଦୁମାନଙ୍କୁ ସେଠାରେ ଛୁଅଁନ୍ତୁ ନାହିଁ। ପୂରା ବିଶ୍ୱର ହିନ୍ଦୁ ସେମାନଙ୍କ ସୁରକ୍ଷା ପାଇଁ ରହିଛନ୍ତି। ”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
