Advertisment

ବିବାଦ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ସମର୍ଥନ କଲେ ଶଙ୍କରାଚାର୍ଯ୍ୟ

ଲୋକସଭାରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ବେଳେ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ବିଜେପି ଅଭିଯୋଗ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଲୋକସଭାରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ହିନ୍ଦୁ ବିରୋଧ କହି ତାଙ୍କୁ ସମାଲୋଚନା କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଛନ୍ତି ଜ୍ୟୋତିଷ ପୀଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ। ସେ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି।

Advertisment

ଲୋକସଭାରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ବେଳେ ହିନ୍ଦୁଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ବିଜେପି ଅଭିଯୋଗ କରିଥିଲା।

ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆସନରୁ ଉଠି ଏହାର ଆପତ୍ତି କରିଥିଲେ। ରାହୁଲ ଗାନ୍ଧି ପୂରା ହିନ୍ଦୁ ସଂପ୍ରଦାୟକୁ ହିଂସ୍ର ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସଂସଦ ଭିତରେ ଓ ବାହାରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା।

Advertisment

ତେବେ ହିନ୍ଦୁ ସମାଜର ଛବି ଭାବେ ଉଭା ହେଉଥିବା ଶଙ୍କରାଚାର୍ଯ୍ୟ ଅଲଗା ଦିଗରେ ଏହାକୁ ବିଚାର କରିଛନ୍ତି। ସେ କହିଛନ୍ତି, “ଆମେ ବେଶ ଯତ୍ନର ସହ ରାହୁଲ ଗାନ୍ଧିଙ୍କ ପୂରା ଭାଷଣକୁ ଶୁଣିଥିଲୁ। ସେ ସ୍ପଷ୍ଟ ଭାବେ ବେଶ ଜୋର ଦେଇ କହିଥିଲେ ଯେ ହିନ୍ଦୁ ଧର୍ମ ହିଂସା ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିଛି। ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନଥିବା ସେ ସ୍ପଷ୍ଟ ଭାବେ କହିଥିଲେ। ତଥାପି ତାଙ୍କ ବିରୋଧରେ ହିନ୍ଦୁ ଧର୍ମ ବିରୋଧରେ ମତ ରଖିଥିବା ଅଭିଯୋଗ ଆଣିବା ଠିକ ନୁହେଁ।   

ସୋଶାଲ ମିଡିଆରେ ତାଙ୍କ ବୟାନର ଭିଡିଓକୁ କାଣ୍ଟଛାଣ୍ଟ କରି ଭାଇରାଲ କରାଯାଉଛି। ନିର୍ଦ୍ଦିଷ୍ଟ ବୟାନ ଉପରେ ଫୋକସ କରାଯାଉଛି। ତଥ୍ୟକୁ ଯେଉଁମାନେ ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯାଉ। 

ରାହୁଲ ଗାନ୍ଧିଙ୍କ ବୟାନର ଭାଷଣର ଛୋଟ ଛୋଟ ଅଂଶକୁ ଭାଇରାଲ କରାଯାଇ କେବଳ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ଏପରି ଲୋକଙ୍କୁ ଦଣ୍ଡ ମିଳିବା ଦରକାର।”

Rahul Gandhi Congress