Advertisment

Murder: ସ୍ୱାଟ କମାଣ୍ଡୋଙ୍କୁ ଡମ୍ବେଲରେ ପିଟିପିଟି ହତ୍ୟା କଲେ ସ୍ୱାମୀ

ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛନ୍ତି ଅଙ୍କୁର। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ କ୍ଲର୍କ ଭାବେ କାମ କରୁଥିଲେ। ଆର୍ଥିକ ପ୍ରସଙ୍ଗକୁ ନେଇ ପତ୍ନୀ କାଜଲ ଚୌଧୁରୀଙ୍କ ସହ ତାଙ୍କର ନିୟମିତ ଝଗଡ଼ା ହେଉଥିଲା।

SWAT

ସ୍ୱାଟ କମାଣ୍ଡୋ କାଜଲ ଚୌଧୁରୀ (ଫାଇଲ ଫଟୋ)

Advertisment

ଦିଲ୍ଲୀ ପୁଲିସର ୨୭ ବର୍ଷୀୟ ସ୍ୱାଟ କମାଣ୍ଡୋଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ। ସ୍ୱାଟ କାମାଣ୍ଡୋଙ୍କୁ ପ୍ରଥମେ ମାଡ଼ ମାରିବା ପରେ ତାଙ୍କ ମୁଣ୍ଡକୁ ଗୋଟିଏ ଓଜନିଆ ଡମ୍ବେଲରେ ଛେନି ଜୀବନ ନେଇ ଯାଇଛନ୍ତି ସ୍ୱାମୀ। ଜାନୁଆରୀ ୨୨ ତାରିଖରେ ଏହି ଘଟଣା ଘଟିଛି। 

Advertisment

ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛନ୍ତି ଅଙ୍କୁର। ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ କ୍ଲର୍କ ଭାବେ କାମ କରୁଥିଲେ। ଆର୍ଥିକ ପ୍ରସଙ୍ଗକୁ ନେଇ ପତ୍ନୀ କାଜଲ ଚୌଧୁରୀଙ୍କ ସହ ତାଙ୍କର ନିୟମିତ ଝଗଡ଼ା ହେଉଥିଲା। ଏଥିଯୋଗୁ ସେ ଜାନୁଆରୀ ୨୨ରେ ପତ୍ନୀ କାଜଲଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ଗୋଟିଏ ‌ଓଜନିଆ ଡମ୍ବେଲ ଛେଚି ଦେଇଥିଲେ। ଗୁରୁତର ଅବସ୍ଥାରେ କାଜଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ସ୍ୱାଟ କମାଣ୍ଡୋ କାଜଲ ଆଖି ବୁଜିଛନ୍ତି। 

ପାର୍ଲାମେଣ୍ଟ ଷ୍ଟ୍ରିଟ ପୁଲିସ୍‌ ଷ୍ଟେସନରେ କନେଷ୍ଟବଲ ଭାବେ କାମ କରୁଥିବା କାଜଲଙ୍କ ଭାଇ ସାହିଲଙ୍କ କହିବା କଥା ଯେ ଆକ୍ରମଣ ଦିନ ତାଙ୍କ ଭଉଣୀ ତାଙ୍କୁ କଲ କରିଥିଲେ। ସେ ଫୋନ ଲାଇନରେ ଥିବା ସମୟରେ ହିଁ ଅଙ୍କୁର ଡମ୍ବେଲ ଦ୍ୱାରା କାଜଲଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଏହାର କିଛି ମିନିଟ ପରେ ଅଙ୍କୁର ଫୋନ ଧରି ଅତ୍ୟନ୍ତ ରାଗରେ ସେ ହିଁ କାଜଲଙ୍କୁ ମାଡ଼ ମାରିଥିବା ସାହିଲଙ୍କୁ ବେଧଡ଼କ ଅନ୍ଦାଜରେ ଜଣାଇଥିଲେ। 

Advertisment

ସାହିଲ ଆହୁରି ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀଙ୍କୁ ଅଙ୍କୁରଙ୍କ ମା’ ଓ ଦୁଇ ଭଉଣୀ ନିୟମିତ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ସାହିଲଙ୍କ ଅଭିଯୋଗ ଓ ପ୍ରାଥମିକ ତଦନ୍ତ ପରେ ପୁଲିସ୍ ଗୋଟିଏ ହତ୍ୟା(Murder) ମାମଲା ରୁଜୁ କରି ଅଙ୍କୁରଙ୍କୁ ଗିରଫ କରିଛି। ଗିରଫ ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ୍‌ ଏବେ ଯୌତୁକ ନିର୍ଯାତନା ଅଭିଯୋଗର ମଧ୍ୟ ତଦନ୍ତ କରୁଛି। 

୨୦୨୨ରେ କାଜଲ ଚୌଧୁରୀ ଦିଲ୍ଲୀ ପୁଲିସ୍‌ରେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ଦିଲ୍ଲୀର ପୁଲିସର ସ୍ପେଶାଲ ୱିପନ୍ସ ଓ ଟାଟିକ୍ସ(ସ୍ୱାଟ) ଟିମରେ କାମ କରୁଥିଲେ। ଚାକିରି ପାଇବାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୨୩ରେ ସେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତ ହୋଇଥିବା ଅଙ୍କୁରଙ୍କୁ ବିବାହ କରିଥିଲେ।

ଦମ୍ପତିଙ୍କ ଦେଢ଼ ବର୍ଷର ଗୋଟିଏ ପୁଅ ରହିଛନ୍ତି। ଏବେ ପିଲାଟି ବାପା ମା’ଙ୍କ ବିନା ପୂରା ଏକା ହୋଇ ଯାଇଛି। ତା’କୁ କାଜଲଙ୍କ ପରିବାର ଲୋକ ନିଜ ପାଖରେ ରଖିଛନ୍ତି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe