Advertisment

ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ୟୁଟ୍ୟୁବର ଧ୍ରୁଭ ରାଠୀ ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାତୀ ମାଲିୱାଲ।

ଅଦ୍ୟତନ ହୋଇଛି
Swati Maliwal & Dhruv Rathee

Swati Maliwal & Dhruv Rathee

Advertisment

AAP ରାଜ୍ୟସଭା ସାଂସଦ ସ୍ୱାତୀସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ପାର୍ଟି(ଆପ୍) ନେତା ତଥା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ଧମକ ଆସୁଥିବା ଅଭିଯୋଗ କରିଛନ୍ତି ମାଲିୱାଲ। 

Advertisment

ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ ପୋଷ୍ଟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସ୍ୱାତୀ ମାଲିୱାଲ। ସେ କହିଛନ୍ତି ଯେ, ୟୁଟ୍ୟୁବର ଧ୍ରୁଭ ରାଠୀ ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଏକାଧିକ ଦୁଷ୍କର୍ମ ଓ ହତ୍ୟା ଧମକ ଆସୁଛି।

ସ୍ୱାତୀ ମାଲିୱାଲ ଏକ ଏକ୍ସ ପୋଷ୍ଟରେ କହିଛନ୍ତି,  ମୋ ଦଳ(ଆପ)ର ନେତା ଓ ସ୍ୱେଚ୍ଛାସେବୀମାନେ, ମୋ ଚରିତ୍ର ସଂହାର ଏବଂ ମୋ ବିରୋଧରେ ପ୍ରଚାର କରିବା ପରେ ମୁଁ ଦୁଷ୍କର୍ମ ଓ ହତ୍ୟା ଧମକ ପାଇଛି। ୟୁଟ୍ୟୁବର୍ ଧ୍ରୁବ ରାଠୀ ମୋ ବିରୁଦ୍ଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ଏପରି ହେବା ଦ୍ୱିଗୁଣିତ ହୋଇଯାଇଛି।

Advertisment

ସ୍ୱତୀ ମାଲିୱାଲ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଦଳର ନେତୃତ୍ୱ ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରାଇନେବାକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ଧ୍ରୁବ ରାଠୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କଲର ପ୍ରତିକ୍ରିୟା ଦେଇନଥିବା ସ୍ୱାତୀ ମାଲିୱାଲ କହିଛନ୍ତି।

ସେ କହିଛନ୍ତି, ତାଙ୍କ(ଧ୍ରୁବ ରାଠୀ)ଙ୍କ ଭଳି ଲୋକମାନେ, ଯେଉଁମାନେ ନିଜକୁ ସ୍ୱାଧୀନ ସାମ୍ବାଦିକ ବୋଲି ଦାବି କରନ୍ତି, ସେମାନେ ଅନ୍ୟ AAP ମୁଖପାତ୍ରଙ୍କ ପରି କାର୍ଯ୍ୟ କରିବା ଲଜ୍ଜାଜନକ।

ପ୍ରକାଶ ଥାଉକି, ଆପ୍ ରାଜ୍ୟସଭା ସାଂସଦ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଶଚିବ ବୈଭବଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲଙ୍କ ବାସଭବନରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ବୈଭବ କୁମାରଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Swati Maliwal Rape Threat Dhruv Rathee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe