Advertisment

ମୁଖ୍ୟମନ୍ତ୍ରୀଙ୍କ ଘରେ ମାର୍‌ପିଟ୍‌ ମାମଲା: ଫରେନ୍‌ସିକ୍ ଯାଞ୍ଚ ପାଇଁ ଗଲା ସ୍ୱାତୀଙ୍କ କୁର୍ତା ଓ ଜିନ୍ସ

ଏହି ମାମଲାରେ ପୁଲିସ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ବିଭବ କୁମାରଙ୍କୁ ଗିରଫ କରିସାରିଛି।

author-image
Madhupriya Mistry
Swati Maliwal

Swati Maliwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ମାର୍‌ପିଟ୍‌ ମାମଲାରେ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ସେହି ଦିନ ସ୍ୱାତୀ ଯେଉଁ କୁର୍ତା ଓ ଜିନ୍ସ ପିନ୍ଧିଥିଲେ, ତାକୁ ପୁଲିସ ଜବତ କରି ଫରେନ୍‌ସିକ୍ ଯାଞ୍ଚ ପାଇଁ ପଠାଇଛି।

Advertisment

ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ କଥିତ ରୂପେ ମୁଖ୍ୟମନ୍ତ୍ରୀଙ୍କ ଘରେ ମାର୍‌ପିଟ୍‌ କରାଯିବା ମାମଲାକୁ ନେଇ ହଟଚମଟ ଜାରି ରହିଛି। ଏହି ମାମଲାରେ ପୁଲିସ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପିଏସ୍‌ ବିଭବ କୁମାରଙ୍କୁ ଗିରଫ କରିସାରିଛି। ସିଏମ ହାଉସର ସିସିଟିଭି ଫୁଟେଜକୁ ଟାମ୍ପରିଂ କରାଯାଇଛି ବୋଲି କୁହାଯାଉଛି। କେବଳ ସେତିକି ନୁହେଁ ବିଭବ କୁମାରଙ୍କ ମୋବାଇଲ ଫୋନକୁ ମଧ୍ୟ ଫର୍ମାଟ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଏହାକୁ ନେଇ ପୁଲିସ ପୁଣି ଥରେ ମୁଖ୍ୟମନ୍ତ୍ରୀ ଅ‍ରବିନ୍ଦ କେଜ୍ରିଓ୍ୱାଲ ଘରେ ପଶି ଯାଞ୍ଚ କରିଛି। ପୁଲିସ ଟିମ୍‌ ରବିବାର ପ୍ରିଣ୍ଟର୍ ଏବଂ ଲାପଟପ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲା। କିଛି ସମୟ ପରେ ଦିଲ୍ଲୀ ପୁଲିସ ଟିମ୍‌ ଏଠାରୁ ସିସିଟିଭିର ଡିଭିଆର ନେଇ ବାହାରକୁ ଆସିଥିଲେ। ଗତକାଲି ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା।

Advertisment

ପୁଲିସ ସୂତ୍ର ଅନୁଯାୟୀ, ଘଟଣା ସମୟର ଫୁଟେଜ ମିଳିପାରି ନାହିଁ। ତଦନ୍ତରେ କେଜ୍ରିଓ୍ୱାଲଙ୍କ ପିଏସ୍‌ ବିଭବ ସହଯୋଗ କରୁନାହାନ୍ତି ବୋଲି ମଧ୍ୟ ପୁଲିସ କହିଛି। ବିଭବଙ୍କୁ ଗିରଫ କରି ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ସେ ନିଜ ଫୋନ୍‌କୁ ଫର୍ମାଟ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି।

କହିରଖୁ ଯେ, ମେ' ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ସ୍ୱାତୀ ମାଲିଓ୍ୱାଲ ତାଙ୍କ ଘରକୁ ଯାଇଥିଲେ। ସେ ପ୍ରଥମେ ସିଏମ୍‌ଙ୍କ କ୍ୟାମ୍ପ ଅଫିସ୍‌ ଯାଇଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍‌ ବିଭବ କୁମାରଙ୍କ ଫୋନ୍‌ କରିଥିଲେ। କିନ୍ତୁ ସେ ଫୋନ୍‌ ନ ଉଠାଇ ନଥିଲେ। ଏହାପରେ ସ୍ୱାତୀ ତାଙ୍କୁ ହ୍ୱାଟସ୍‌ଆପ୍‌ ମେସେଜ୍‌ କରିଥିଲେ। କିନ୍ତୁ ସେଥିରୁ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଏହାପରେ ସବୁଥର ପରି ସେ ମୁଖ୍ୟ ଦ୍ୱାର ଦେଇ ସିଏମ୍‌ କେଜ୍ରିୱାଲଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଡ୍ରଇଂ ରୁମ୍‌ରେ ବସିବାକୁ କୁହାଯାଇଥିଲା ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ଘରେ ଉପସ୍ଥିତ ଥିବା କହିଥିଲେ। କିନ୍ତୁ ସିଏମ୍ ତାଙ୍କ ପାଖକୁ ଆସିବା ପୂର୍ବରୁ ତାଙ୍କ ପିଏସ୍ ବିଭବ କୁମାର କୋଠରୀ ଭିତରକୁ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି।

AAP Swati Maliwal Arvind Kejriwal's Residence