Advertisment

ରାଜ୍ୟସଭା ପାଇଁ ବାଟ ପରିଷ୍କାର, ଆପ୍‌ର ୩ ନେତା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ।

ଅଦ୍ୟତନ ହୋଇଛି
 sanjay-singh & swati-maliwal

sanjay-singh & swati-maliwal

Advertisment

ରାଜ୍ୟସଭାକୁ ଗଲେ ଆପ୍‌ର ୩ ପ୍ରାର୍ଥୀ। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିବା ବେଳେ ସେମାନେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାଯାଇଛି। ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ।

Advertisment

ଏହି ୩ ନେତା ବିଜୟ ସାର୍ଟିଫିକେଟ ଆଣିବା ନିମନ୍ତେ ଆଜି ରିଟର୍ଣ୍ଣିଂ ଅଫିସକୁ ଯିବେ। ଜେଲ୍‌ରେ ବନ୍ଦ ଥିବା ସଞ୍ଜୟ ସିଂଙ୍କୁ ମଧ୍ୟ ସାର୍ଟିଫିକେଟ ଆଣିବାକୁ ଯିବା ନିମନ୍ତେ ଅନୁମତି ମିଳିଛି।

ଆପ୍‌ର ୩ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ସୁଶୀଳ କୁମାର ଗୁପ୍ତା ଓ ଏନ. ଡି ଗୁପ୍ତାଙ୍କ ୬ ବର୍ଷର କାର୍ଯ୍ୟକାଳ ୨୭ ଜାନୁୟାରୀରେ ଶେଷ ହେବ। ଏଥିନିମନ୍ତେ ଜାନୁଆରୀ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠାନ ହେବାକୁ ଧାର୍ଯ୍ୟ କରାଯାଇଥିଲ।

Advertisment

ଏହାପରେ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଲୀରୁ ଆମ ଆଦମୀ ପାର୍ଟି ତିନି ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଚଳିତ ଥର ଆପ୍‌ ସୁଶୀଲ ଗୁପ୍ତାଙ୍କ ସ୍ଥାନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ଆପ୍‌ ପ୍ରାର୍ଥୀ ଘୋଷଣା କରିଥିଲା।

ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଗତ ତିନି ମାସ ହେଲା ଗିରଫ ହୋଇ ଆପ୍‌ ନେତା ସଞ୍ଜୟ ସିଂହ ତିହାର ଜେଲରେ ଅଛନ୍ତି। ଗତବର୍ଷ ଅକ୍ଟୋବର ୪ ତାରିଖ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଜେଲ୍‌ରେ ଥାଇ ସେ ନିର୍ବାଚନ ଲଢ଼ିବାକୁ ଅନୁମତି ମାଗିଥିଲେ। ଏହାପରେ ଏଥିନିମନ୍ତେ ତାଙ୍କୁ କୋର୍ଟରୁ ଅନୁମତି ମିଳିଥିଲା।

ଶନିବାର ଦିନ ସଞ୍ଜୟ ସିଂହଙ୍କୁ ବ୍ୟକ୍ତିଗତ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମିଳିଥିଲା। ଏହି ୩ ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ଆପ୍‌ ଶିବିରରେ ଖୁସିର ଲହରି ଖେଳି ଯାଇଛି।

Rajyasabha By-Election AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe