Advertisment

ସ୍ୱାତୀ କଲେ ଲିଖିତ ଅଭିଯୋଗ, କହିଲେ- କେଜ୍ରିୱାଲଙ୍କ ପିଏସ ମୋତେ ବିଧା, ଗୋଇଠା ମାରିଛନ୍ତି

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଦ୍ୱାରା ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୁଲିସରେ ସେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Swati Maliwal & Bibhav Kumar

Swati Maliwal & Bibhav Kumar

Advertisment

 ଶେଷରେ ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଦ୍ୱାରା ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୁଲିସରେ ସେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

Advertisment

ନିଜ ଅଭିଯୋଗପତ୍ରରେ ସ୍ୱାତି ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିବାକୁ ଗତ ସୋମବାର ଯାଇଥିଲି। ଡ୍ରଇଂ ରୁମରେ ସେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚିଥିଲେ। ଏହାପରେ ସେ ମୋ’ ସହ ଦୁର୍ବ୍ୟବହାର କରିଥିଲେ। ପ୍ରତିବାଦ କରିବାରୁ ମାରପିଟ ଆରମ୍ଭ କରିଦେଇଥିଲେ। ଏପରିକି ସେ ବାରମ୍ବାର ମୋତେ ଚାପୁଡ଼ା, ବିଧା, ଗୋଇଠା ମାରିବାକୁ ପଛାଇଲେ ନାହିଁ।

ଥାନାରେ ଅଭିଯୋଗ ପରେ ଦିଲ୍ଲୀ ଏମ୍ସରେ ସ୍ୱାତୀଙ୍କ ମେଡିକାଲ ଟେଷ୍ଟ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ ବୈଭବ କୁମାରଙ୍କ ନାଁରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ବୈଭବ କୁମାରଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ନ ପାଇ ଖାଲି ହାତରେ ଫେରିଥିବା ଜଣାଯାଇଛି।

Advertisment

ଦିଲ୍ଲୀ ମହିଳା ଆୟୋଗ ତରଫରୁ ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧାର ହାଜର ହେବାକୁ ବୈଭବ କୁମାରଙ୍କୁ କୁହାଯାଇଛି। ଗତକାଲି ତାଙ୍କୁ କେଜ୍ରିୱାଲଙ୍କ ସହ ଲକ୍ଷ୍ନୌ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଆଜି ମହାରାଷ୍ଟ୍ରରେ କେଜ୍ରିୱାଲଙ୍କ କାର୍ଯ୍ୟକ୍ରମ ଥିବାରୁ ବୈଭକ କୁମାର ବି ତାଙ୍କ ସହ ସେଠାକୁ ଯାଇଥିବା ଅନୁମାନ କରାଯାଉଛି। ବୈଭବ କୁମାରଙକୁ ଖୋଜି ବାହାର କରିବାକୁ ୧୦ଟି ଟିମ୍‌ ଗଠିନ ହୋଇଛି। ସେଥିମଧ୍ୟରୁ ୪ଟି ଟିମ୍ ତାଙ୍କ ଲୋକେସନ ଚିହ୍ନଟ କରିବାରେ ଲାଗିଛି।

ସ୍ୱାତୀ ନିଜ ସୋଶାଲ ମିଡିଆ X ହ୍ୟାଣ୍ଡେଲରେ ଲେଖିଛନ୍ତି, ମୋ’ ସହ ବହୁତ ଖରାପ ବ୍ୟବହାର କରାଯାଇଛି। ଆଶା କରୁଛି ମୋତେ ଉଚିତ ନ୍ୟାୟ ମିଳିବ । ଗତ କିଛି ଦିନ ମୋ’ ପାଇଁ ଖୁବ୍‌ କଠିନ ଥିଲା। ଯେଉଁମାନେ ମୋ’ ପାଇଁ ପ୍ରାର୍ଥନା କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଉ ଯେଉଁମାନେ ମୋ’ ଚରିତ୍ର ସଂହାର କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ବିରୋଧୀଙ୍କ ଇସାରାରେ ଏପରି କରୁଛନ୍ତି। ଦେଶରେ ଏବେ ନିର୍ବାଚନ ଚାଲିଛି। ତେଣୁ ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ବିଜେପି ନେତାଙ୍କୁ ଅଭିଯୋଗ କରୁଛି।

ଦିଲ୍ଲୀ ପୁଲିସ୍‌ର ଏକ ଟିମ୍‌ ଗୁରୁବାର ସ୍ୱାତୀଙ୍କ ବାସଭବନରେ ପହଞ୍ଚି ସେଠାରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ବୈଭବ କୁମାରଙ୍କୁ ମଧ୍ୟ NCW ଡାକିଛି। ମାତ୍ର ସେ ହାଜର ହୋଇ ନ ଥିବା ଜଣାଯାଇଛି।

ସୋମବାର ସକାଳ ପ୍ରାୟ ୯.୩୪ରେ ପିସିଆରକୁ ଗୋଟିଏ ଫୋନ କଲ ଆସିଥିଲା। ଫୋନ କରିଥିବା ମହିଳାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା।

କିଛି ସମୟରେ ସାଂସଦ ମାଡାମ ପୁଲିସ ଷ୍ଟେସନ ଆସିଥିଲେ। ହେଲେ ସେ ପଛରେ ଅଭିଯୋଗ ଦାଖଲ କରିବେ ବୋଲି କହି ଚାଲି ଯାଇଥିଲେ। ଏହି ଘଟଣାର ୪ ଦିନ ପରେ ଗତକାଲି ସେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିବା ଜଣାଯାଇଛି। କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀଙ୍କ ସହ ଅସଦାଚରଣ ଓ ମାରପିଟ ହୋଇଥିବା ଅଭିଯୋଗକୁ ଆପ ନେତା ସଞ୍ଜୟ ସିଂହ ସ୍ୱୀକାର କରି ସାରିଛନ୍ତି।

Delhi Arvind Kejriwal Misbehaviour Alligation Swati Maliwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe