Advertisment

ବିମାନର କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରି ସ୍ୱିଡେନ ନାଗରିକ ଗିରଫ

କ୍ରୁ ସଦସ୍ୟ ଓ କମ୍ପାନୀର ଅଭିଯୋଗ ପରେ ପୁଲିସ ଉକ୍ତ ସ୍ୱିଡେନ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ନାଁ କ୍ଲାସ ଏରିକ ହାର୍ଲାଡ ଜୋନାସମ ଓ ବୟସ ୬୨ ବର୍ଷ।

author-image
Hemant Lenka
IndiGo flight

IndiGo flight

ଇଣ୍ଡିଗୋ ବିମାନରେ କାର୍ଯ୍ୟରତ କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଛନ୍ତି ଜଣେ ସ୍ୱିଡେନ ନାଗରିକ। ବ୍ୟାଙ୍କକରୁ ମୁମ୍ବାଇ ଆସୁଥିବା ଇଣ୍ତିଗୋ ୬ଇ-୧୦୫୨ ବିମାନରେ ଏପରି ଘଟଣା ଘଟିଛି। କ୍ରୁ ସଦସ୍ୟ ଓ କମ୍ପାନୀର ଅଭିଯୋଗ ପରେ ପୁଲିସ ଉକ୍ତ ସ୍ୱିଡେନ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ନାଁ କ୍ଲାସ ଏରିକ ହାର୍ଲାଡ ଜୋନାସମ ଓ ବୟସ ୬୨ ବର୍ଷ।

Advertisment

ଏରିକ ବିମାନରେ ବସିବା ପୂର୍ବରୁ ପ୍ରଚୁର ମଦ ପିଇଥିଲେ। ସେ ବିମାନରେ ଖାଦ୍ୟ ମାଗଇଥିଲେ। ଖାଦ୍ୟ ଦେଇ ଟଙ୍କା ଆଣିବା ବେଳେ ସେ ଜଣେ କ୍ରୁ ସଦସ୍ୟଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ଏହାକୁ କ୍ରୁ ସଦସ୍ୟ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ଏରିକ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ଅନ୍ୟ କର୍ମଚାରୀମାନେ କାବୁ କରିବା ସହ ବିମାନ ମୁମ୍ବାଇରେ ଲ୍ୟାଣ୍ଡ ହେବା ପରେ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍‌ ତାଙ୍କୁ ପଚରାଉଚରା ପରେ ବିଧିବଦ୍ଧ ଭାବେ ଗିରଫ କରିଛି।

ଇଣ୍ତିଗୋ ପକ୍ଷରୁ ଉକ୍ତ ଘଟଣାକୁ ନିଶ୍ଚିତ କରାଯାଇଥିଲା ବେଳେ ପ୍ରୋଟକଲ ଅନୁସାରେ ସବୁ କିଛି କରାଯାଇଥିବା କୁହାଯାଇଛି। କିନ୍ତୁ ବିମାନ କମ୍ପାନୀ ଏନେଇ କୌଣସି ବିବୃତି ଜାରି କରିନାହିଁ।

Advertisment

ଜଣେ ଅଧିକାରୀ କହିଛନ୍ତି, ବିମାନ ଯାତ୍ରା ସମୟରେ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏରିକଙ୍କୁ ମିଶାଇ ଗଲା ୩ ମାସରେ ୮ ଜଣ ଗିରଫ ହେଲେଣି। ମାର୍ଚ୍ଚ ୨୩ରେ ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ପ୍ରଚୁର ମଦ ପିଇବା ସହ ସହଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଥିଲେ।

Mumbai Indigo Airlines