Advertisment

'ତୁରନ୍ତ ନ୍ୟାୟ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବ'

ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହେଉଥିବା ମହିଳା ବିରୋଧୀ ଅପରାଧ ଉପରେ ଗୁରୁତ୍ୱାରୋପ କରି ଶୀଘ୍ର ନ୍ୟାୟର ଆବଶ୍ୟକତାକୁ ଦୋହରାଇଛନ୍ତି।

Advertisment

ଏସବୁ ଅପରାଧକୁ ରୋକିବା ପାଇଁ ଶୀଘ୍ର ନ୍ୟାୟ ପ୍ରଦାନର ଆବଶ୍ୟକତା ରହିଛି। ଏହା ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନ୍ୟାୟରେ ଘଟୁଥିବା ବିଳମ୍ବକୁ ଶେଷ କରିବା ପାଇଁ ବିଗତ ଏକ ଦଶନ୍ଧୀ ମଧ୍ୟରେ ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ ହୋଇଛି। 10 ବର୍ଷ ମଧ୍ୟରେ ଦେଶରେ ନ୍ୟାୟିକ ଢାଞ୍ଚାର ବିକାଶ ପାଇଁ 8,000 କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବିଗତ 25 ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥ ସହ ସମାନ।

Advertisment

ବର୍ତ୍ତମାନ ସମୟରେ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର, ଶିଶୁ ସୁରକ୍ଷାକୁ ନେଇ ସମାଜରେ ଏକ ଗମ୍ଭୀର ଚିନ୍ତା ପ୍ରକଟ ପାଇଛି। ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ଅନେକ କଠୋର ଆଇନ ପ୍ରଣୟନ ହୋଇଛି। ତଥାପି ଆମକୁ ଏହାକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡ଼ିତ ମାମଲାର ଯେତେ ଶୀଘ୍ର ନ୍ୟାୟ ଆସିବ, ଦୋଷୀକୁ ଦଣ୍ଡ ମିଳିବ, ସେତେ ମହିଳାଙ୍କ ସୁରକ୍ଷା ଉପରେ ଭରସା ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର ଲୋକମାନେ ସୁପ୍ରିମକୋର୍ଟ ଏବଂ ନ୍ୟାୟପାଳିକା ଉପରେ କେବେ ବି ଅବିଶ୍ୱାସ କରନ୍ତି ନାହିଁ। ତେଣୁ ସୁପ୍ରିମକୋର୍ଟର ଏହି 75 ବର୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତର ଗର୍ବକୁ ବଢାଇଥାଏ। ସୁପ୍ରିମକୋର୍ଟର 75 ବର୍ଷ... ଏହା କେବଳ ଗୋଟିଏ ଅନୁଷ୍ଠାନର ଯାତ୍ରା ନୁହେଁ। ଏହା ହେଉଛି ଭାରତର ସମ୍ବିଧାନ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଗଣତନ୍ତ୍ର ଭାବରେ ଅଧିକ ପରିପକ୍ୱ ହେବା ପାଇଁ ଭାରତର ଯାତ୍ରା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଦିଲ୍ଲୀରେ ଆୟୋଜିକ ହୋଇଥିବା ଏହି ଉଦଘାଟନୀ ଉତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ବହୁ ବରିଷ୍ଠ ବିଚାରପତି ଏବଂ ଓକିଲ ଯୋଗ ଦେଇଥିଲେ। 

SC Chief Justice & PM Modi ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Modi Supreme Court Crime Against Women In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe