Advertisment

ଖଚାଖଚ ଭର୍ତ୍ତି ହୋଇଥିଲା ରାମ ଦୋଳି, ୩୦ ଫୁଟ ଉଚ୍ଚରୁ ଛିଣ୍ଡିଗଲା

ଖଚାଖଚ ଭର୍ତ୍ତି ହୋଇଥିଲା ରାମ ଦୋଳି। ବସିଥିଲେ କ୍ଷମତାଠୁ ଅଧିକ ଲୋକ । ମାତ୍ର ଭାରସାମ୍ୟ ସହି ନ ପାରି ୩୦ ଫୁଟ ଉଚ୍ଚରୁ ଛିଣ୍ଡିଗଲା ଦୋଳି।

ଅଦ୍ୟତନ ହୋଇଛି
swing-rotation

swing-rotation

Advertisment

ଖଚାଖଚ ଭର୍ତ୍ତି ହୋଇଥିଲା ରାମ ଦୋଳି। ବସିଥିଲେ କ୍ଷମତାଠୁ ଅଧିକ ଲୋକ । ମାତ୍ର ଭାରସାମ୍ୟ ସହି ନ ପାରି ୩୦ ଫୁଟ ଉଚ୍ଚରୁ ଛିଣ୍ଡିଗଲା ଦୋଳି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଘଟିଛି।

Advertisment

ଇଟାୱାରେ ଏକ ପ୍ରଦର୍ଶନୀ ପଡ଼ିଥିବା ବେଳେ ବିଭିନ୍ନ ଦୋକାନବଜାର ସାଙ୍ଗକୁ ଭଳିକିଭଳି ଦୋଳି ବି ପଡ଼ିଥିଲା। ଦୋଳି ଚଢ଼ିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ ପ୍ରତି ଥର କ୍ଷମତାଠୁ ଅଧିକ ଲୋକ ଦୋଳିରେ ଝୁଲୁଥିଲେ ।

ଗତ ରାତିରେ ଏକ ଦୋଳି ୩୦ ଫୁଟ ଉଚ୍ଚକୁ ଉଠିଥିବା ବେଳେ ତାହାର ଏକ ଟ୍ରଲି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଉକ୍ତ ଟ୍ରଲିରେ ଥିବା ୫ ଜଣ ତଳେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି , ଏଥିସହ ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Advertisment

ଏନେଇ ଏଡିଏମ୍‌ ବିକ୍ରମ ରାଘବ କହିଛନ୍ତି, ଗତକାଲି ରାତି ପ୍ରାୟ ସାଢେ ୮ଟାରେ ଏହି ଘଟଣା ଘଟିଛି। ଦୋଳିର ଏକ ଟ୍ରଲି ଭାଙ୍ଗିବାକୁ ଏହି ଅଘଟଣ ଘଟିଛି। ୪ ଜଣଙ୍କର ନିକଟସ୍ଥ ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଜଣଙ୍କୁ ସଫେଇ ମେଡିକାଲ କଲେଜକୁ ରେଫର କରାଯାଇଛି।

ଦୋଳି ଭାଙ୍ଗିବାର କାରଣ ଖୋଜିବାକୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe